ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ ।

0 202

ଭଞ୍ଜନଗର ,୩୧/୦୭(ପିପିଟି); ସ୍ଥାନୀୟ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ସାମନ୍ତରାୟଙ୍କ ବିଦାୟ ସମ୍ବର୍ଦ୍ଧନା ଉସôବରେ ବିଦ୍ୟାଳୟ କମିଟି ସଭାନେତ୍ରୀ ଗୀତାଞ୍ଜଳି ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ଅରୁଣା ବେହେରା ଏବଂ ଆର. ଗୀତାଞ୍ଜଳି ଆଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଏବଂ କମିଟି ତରଫରୁ ଶ୍ରୀମତୀ ସାମନ୍ତରାୟଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ମାନପତ୍ର, ଉପଢ଼ୌକନ ଏବଂ ଉପହାର ପ୍ରଦାନ କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସାମନ୍ତରାୟ ନିଜର ଅନୁଭୂତିକୁ ବଖାଣିଥିବା ସମୟରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବବ୍ରୁ ବାହନ ଗୌଡ଼, ରାମଭରସା ନାୟକ, ପ୍ରକାଶ ଚନ୍ଦ୍ର ଗୌଡ଼, ଅଙ୍ଗନବାଡ଼ି କର୍ମୀ ଦୀପ୍ତିରାଣୀ ନାୟକ, ଆଶାକର୍ମୀ ସ୍ୱପ୍ନା ବିଷୋୟୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ପାଚିକା ସହାୟିକା ଅହଲ୍ୟ ନାୟକ ଓ କୁମାରୀ ନାୟକ ସହଯୋଗ କରିଥିବା ବେଳେ ଶିକ୍ଷକ ବସନ୍ତ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.