ମନଇଚ୍ଛା ଗଛ କାଟି ନେଲେ ପଞ୍ଚାୟତ କର୍ତ୍ତୃପକ୍ଷ ,ବନବିଭାଗ ଜଳକା ।

0 543

ଦିଗପହଣ୍ଡି ,(ପିପିଟି)୦୮/୦୬,ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୁଡାମାରୀ ଗାଁ ରେ ମନ ଇଚ୍ଛା ମୂଳବାନ ଗଛକାଠ କଟା ଯାଇଥିବା ଅଭିଯୋଗ ଆସିଛି ସମସ୍ତ ଗଛ କାଠ ସବୁ ପଞ୍ଚାୟତ ଅଫିସ୍ ନିକଟରେ ଗଚ୍ଛିତ ରଖାଯାଇଥିବା ଦେଖିବାକୁ ମିଳିଛି ।ପ୍ରାୟ ୩୦ ଗୋଟି ଶାଗୁଆଣି  ପରି ମୂଲ୍ଯବାନ ଗଛ କାଠ ଗଣ୍ଡି ସେଠାରେ ମହଜୁଦ ଥିବା ପରିଲକ୍ଷିତ ହୋଇଛି ।ଖବରନେବାରୁ ଜଣାପଡିଛି ଯେ ଅଙ୍ଗେଇତ ବନ୍ଧ ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଶାଗୁଆନ ପରି ବିଭିନ୍ନ ପ୍ରକାର ବିରାଟକାୟ ବୃକ୍ଷ ବହୁ ବର୍ଷ ଧରି ରହିଥିଲା। ହେଲେ ବର୍ତ୍ତମାନ କୋଭିଡ୧୯ ସମୟରେ ପଞ୍ଚାୟତ ସରପଞ୍ଚଙ୍କ ନିକଟରେ ଜିଲାପାଳ କ୍ଷମତାକୁ ବ୍ୟବହାର କରି ସେହି ଗଛ ସବୁ କାଟିବାକୁ ଆନୁମତି ଦେଇଥିବା ଜଣା ପଡିଛି।ଦୀପତଳ ଅନ୍ଧାର ପରି ପୁଡାମାରୀ ଗାଁରେ ବନବିଭାଗର କାର୍ଯ୍ୟାଳୟ ରହି ମଧ୍ୟ କିଭଳି ଏପରି ଗଛ ସବୁ କଟିଦିଆଗଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି। ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହେଲା।ଗଛ କାଟିବା ଅପରାଧ ଠାରୁ ଆରମ୍ଭ କରି ପରିବେଶ ସନ୍ତୁଳିତ ନେଇ କୋଭିଡ ୧୯ ପରି ସମ୍ବେଦନଶୀଳ ସମୟରେ ବୃକ୍ଷ ରୋପଣ ହିଁ ଏକାନ୍ତ ବୋଲି ସାର୍ବଜନୀନ ସଚେତନତା କରାଯାଉଥିବା ବେଳେ ଏଠି କାହା ସ୍ୱାର୍ଥରେ ଏତେ ପରିମାଣର ଗଛ କାଟିଦିଆଗଲା ସେଥି ନେଇ ନାନା ସମାଲୋଚନା ଜୋର ଧରିଛି। ଏନେଇ ଗାଁରେ ଗଛ କାଟିବା ଦିନ ଠାରୁ ହିଁ ଚାପା ଉତ୍ତେଜନା ଦେଖାଦେଇଛି। ଗଛ କାଟି ବେଧଡ଼କ ଭାବେ ପଞ୍ଚାୟତ ଅଫିସ ପାଖରେ ରଖି ମନ ଇଚ୍ଛା ଚାଲାଣ ହେଉଥିବା ବେଳେ ସମସ୍ତଙ୍କ ଆଖିରେ ଧୂଳି ଦେଇ ମୂଲ୍ୟବାନ କାଠ ସବୁ ଚାଲାଣ ହେଉଥିବା ବେଳେ ଗାଁ ଲୋକେ କହିପାରୁନାହାନ୍ତି କି ସହିପାରୁନାହାନ୍ତି ଭଳି ସ୍ଥିତି ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ ପାଇଛି। ସେହିପରି ନିକଟରେ ଗାଁର ଏକ ସ୍କୁଲ ରେ ବହୁ ମୂଳବାନ ଗଛ କାଠ କାଟି ଚାଲାଣ ପାଇଁ ରଖାଯାଇଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ବନ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା।ସବୁଠାରୁ ବଡ଼ କଥା ହେଲେ ପୁଡାମାରୀ ଗାଁ ଗଞ୍ଜାମ ଜିଲ୍ଲାରେ ଯାଉଛି ହେଲେ ବନ ବିଭାଗ ଗଜପତି ଜିଲା ପାରଳାଖେମୁଣ୍ଡି ବନ ଖଣ୍ଡରେ ଯାଉଛି। ଚନ୍ଦ୍ରଗିରୀ ବନାଞ୍ଚଳ ପୁଡାମାରୀ ସେକ୍ସନ ଅଫିସ ଅଛି ସିନା ନାମକୁ ମାତ୍ର। ବେଧଡ଼କ ଭାବେ ଲକ ଡାଉନ ସଟ ଡାଉନ ସତ୍ତ୍ୱେ କେମିତି ଗଛ ଏତେ ସବୁ କାଟି ଚାଲାଣ ହେଉଛି ହାତ ପାହାନ୍ତାରେ ରହିଥିବା ବନ ବିଭାଗ କର୍ତ୍ତୃପକ୍ଷ ସବୁ କଣ କରୁଛନ୍ତି ସେସବୁକୁ ନେଇ ସନ୍ଦେହ ଏବଂ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି।ଘଟଣା ନେଇ ପୁଡାମାରୀ ଡେପୁଟି ରେଞ୍ଜର କାଳୀ ଚରଣ ବେହେରା କାଠ କଥା ଜାଣିନଥିବା କହିଛନ୍ତି। ଦୀର୍ଘ ଦିନ ଧରି ଏତେ ଗଛ କାଠ କାଟି ଚାଲାଣ ହେଉଥିବା ବେଳେ ରେଞ୍ଜରଙ୍କ ବିବୃତି ହାସ୍ୟାସ୍ପଦ ସୃଷ୍ଟି କରୁଛି।ସେହିପରି ସରପଞ୍ଚ କହିଛନ୍ତି ଯେ ଗଛ ସବୁ ସ୍ୱୟଂ ପଡିଯିବାରୁ କାଟି ଦିଆଯାଇଛି।
ରିପୋର୍ଟ – ସାଇଦୀପ ପୂଜାରୀ (ଦିଗପହଣ୍ଡି)

Leave A Reply

Your email address will not be published.