ମାଲକାନଗିରି, ୧୭/୧୧(ପିପିଟି): ଦିନକୁ ଦିନ ଶିକ୍ଷକମାନଙ୍କ ଚରିତ୍ର,ନୈତିକ ମୂଲ୍ଯବୋଧର ଦ୍ରୁତ ଅବକ୍ଷୟ ଘଟିଲାଣି ।ଗୁରୁଙ୍କୁ ବ୍ରହ୍ମା,ବିଷ୍ଣୁ ଓ ଶିବ ବିବେଚନା କରାଯାଇ ପୂଜ୍ଯପୂଜା ଆସନର ଉପବିଷ୍ଟ କରାଯାଇଥାଏ ।ମାତ୍ର ବର୍ତ୍ତମାନ ସମାଜରେ ଯେଉଁ ଗୁରୁ ବା ଶିକ୍ଷକମାନେ ସରକାରୀ ଚାକିରୀ କରି ବିଦ୍ଯାଳୟକୁ ଯାଆନ୍ତି,ନିଜକୁ ଗୁରୁ ବିବେଚନା ନକରି ଟାଉଟର ମିଥ୍ଯାବାଦୀ,ଖଣ୍ଟରେ ନିଜକୁ ଆତ୍ମପ୍ରକାଶ କଲେଣି ଏଥିରେ ନିସନ୍ଧେହରେ କୁହାଯାଇପାର ।ଶେଷରେ ଛାତ୍ରଛାତ୍ରୀଙ୍କ ଲାଗି ସରକାର ଯୋଗାଉଥିବା ମଧ୍ଯାହ୍ନ ଭୋଜନ ଚାଉଳକୁ ଦିନ ଦିବସରେ ବିକ୍ରୟ କରି ଜେଲ ଯିବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।ଘଟଣାରୁ ପ୍ରକାଶଯେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କାଲିମେଳା ସେବାଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ମଧ୍ଯାହ୍ନ ଭୋଜନ ଚାଉଳ ଚୋରାରେ ବିକ୍ରି ହୋଇଥିବା ଘଟଣା ସଂପର୍କରେ କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରଧାନ ଶିକ୍ଷକ ରମାକାନ୍ତ ବେହେରା, ରୋଷେୟା ସୁରେନ୍ଦ୍ର ମାଡ଼ି ଓ ପିଅନ ହରି ବଡନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତିନି ବସ୍ତା ଚାଉଳ ଚୋରାରେ ବିକ୍ରି ପାଇଁ ବିଦ୍ୟାଳୟ ପରିସରରୁ ବାହାରି କାଲିମେଳା ବଜାରର ଏକ ନିର୍ଦ୍ଧିଷ୍ଟ ଦୋକାନରେ ପହଞ୍ଚିଥିଲା ।ପ୍ରଧାନ ଶିକ୍ଷକ, ରୋଷେୟା ଓ ପିଅନ ମିଳିତ ଭାବରେ ଏହି ଚୋରା ଚାଉଳ ବିକ୍ରି ସମ୍ପର୍କରେ ଜଣା ପଡିବା ପରେ କାଲିମେଳା ମଙ୍ଗଳ ସଂପ୍ରସାରଣ ଅଧିକାରୀ ଭରତ ଗୁରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କାଲିମେଳା ପୁଲିସ ଉକ୍ତ ତିନିଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିଥିଲା ।ଅନୁସନ୍ଧାନ ପରେ କାଲିମେଳା ଥାନା କେଶ ନଂ:୨୮୧/୨୦୨୧ ୟୁ/ଏସ:୪୫୪/୩୮୦/୩୪ ଆଇପିସିରେ ମାମଲା ପ୍ରଧାନ ଶିକ୍ଷକ ରମାକାନ୍ତ ବେହେରା,ରୋଷେୟା ସୁରେନ୍ଦ୍ର ମାଢି ଏବଂ ପିଅନ ହରି ବଡନାୟକଙ୍କୁ ବିରୁଦ୍ଧରେ ଋଜୁ କରାଯାଇ ଏମଭି-୭୯ କୋର୍ଟକୁ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)