ମଥୁରା ପଞ୍ଚାୟତର ପୂରାତନ ଗୃହର ପୁନରୁଦ୍ଧାର କରିବାକୁ ଦାବି ।

0 550

ଖଲ୍ଲିକୋଟ,ତା ୨୮/୦୬(ପିପିଟି);  ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ପୁରୁଣା ପଞ୍ଚାୟତ ଗୃହର ପୁନରୁଦ୍ଧାର କୁ ନେଇ ଉଠିଛି ପ୍ରଶ୍ନ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ପଞ୍ଚାୟତ ଅଫିସକୁ ଅର୍ଦ୍ଧ ନିର୍ମିତ କରି ଛାଡ଼ିଦେବକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ଅନ୍ୟତ୍ର ନୁଆଁ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । କାହିଁକି ଓ କେଉଁ ପରିସ୍ଥିତିରେ ସରକାରୀ ଟଙ୍କାକୁ ଅପବ୍ୟବହାର କରି ଛାଡିଦିଆଗଲା ତାହା ଜନ ସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ପୁଣି ଥରେ ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.