ଭୟାବହ କରୋନା ପାଇଁ ସଟଡାଉନ ।

0 267

ପଦ୍ମପୁର,ତା- ୨୧/୦୬(ପିପିଟି); ସଂପ୍ରତି ପୃଥିବୀକୁ ଥରହର କରି କାୟାବିସ୍ତାର କରିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ଦିବାରାତ୍ରକୁ ଏକାକାର କରି କରୋନା ଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇ ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିପଡିଛନ୍ତି । ଏପରିପେକ୍ଷୀ ରେ ଉପଜିଲ୍ଲାପାଳ ତଥା ପଦ୍ମପୁର ଉପଖଣ୍ଡ ମାଜିଷ୍ଟ୍ରେଟ ମିଳିତ ଭାବେ ଆଜି ୨୧.୬.୨୦୨୦ ଅପରାହ୍ନ ୧ ଘଟିକା ଠାରୁ ଆସନ୍ତା ୨୪.୬.୨୦୨୦ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିବା ସଂଗେସଂଗେ ଜନସାଧାରଣଙ୍କୁ ନିଜ ନିଜ ବାସଭବନରେ ସୁରକ୍ଷିତ ରହିବାକୁ ପ୍ରଶାସନ ତରଫରୁ ନିବେଦନ କରିଛନ୍ତି । କେବଳ ଔଷଧ ଦୋକାନକୁ ଛାଡିଦେଲେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମାନ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ । କେତେକ ପରିସ୍ଥିତି କୁ ଦୃଷ୍ଟିରେ ରଖି ଜରୁରୀ ସେବାକାରୀ ବ୍ୟକ୍ତି ବିଶେଷଙ୍କ ପାଇଁ  କୋହଳ କରାଯାଇଛିବୋଲି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.