ଭୁଲିଗଲେ କି ରିଏଲ୍ କରୋନା ଯୋଦ୍ଧା ମାନଙ୍କୁ !

0 283

ପଦ୍ମପୁର,(ପିପିଟି ନ୍ଯୁଜ୍)୦୪/୦୬, ଓଡିଶା ରାଜ୍ୟସରକାର ସତରେ କଣ ଭୁଲିଗଲେ ରିଏଲ୍ କରୋନା ଯୋଦ୍ଧା ରେ ଅବତୀର୍ଣ୍ଣ ହୋଇ ଦିବାରାତ୍ର ଏକାକାର କରି ୨୪ ଘଣ୍ଟା ପରିଶ୍ରମ କରି ରୋଗୀସେବା ରେ ନିୟୋଜିତ ଥିବା ଆମ୍ବୁଲେନ୍ସ ଡ୍ରାଇଭର ମାନଙ୍କୁ ସରକାରୀ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ସେବାକାରୀ କର୍ମଚାରୀ ମାନଙ୍କୁ ୪ ମାସର ଆଗୁଆ ଦରମା ରାଶି ପ୍ରଦାନ ପାଇଁ ସରକାର ନିର୍ଦ୍ଦେଶ ପ୍ରଦାନ କରିଥିଲେ,ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ ହେଲେ ସତରେ ଯେ ଅକ୍ଲାନ୍ତ ପରିଶ୍ରମକରି ଦିନରାତ୍ରୀ ରୋଗୀ ମାନଙ୍କୁ ଗାଡିରେ ଏଇ ଡାକ୍ତରଖାନାରୁ ସେଇ ଡାକ୍ତରଖାନା ନେବା ଆଣିବା କରୁଛି ତାକୁ କରୋନା ଯୋଦ୍ଧା ଭାବେ ବିବେଚନା କରାଗଲାନାହିଁ । ୪ମାସର ଆଗୁଆ ଦରମାରୁ ମଧ୍ୟ ବଞ୍ଚିତ କରାଯାଇଛିା ଯାହା ମନେହୁଏ ରାଜ୍ୟସରକାର ସଂପୂର୍ଣ୍ଣ ରୂପେ ଡ୍ରାଇଭର ଭାଇ ମାନଙ୍କୁ ଭୁଲିଯାଇଛନ୍ତି । ଯଦ୍ୱାରା ଡାଇଭର ମାନେ ଅନେକେ କ୍ଷୋଭ ପ୍ରକାଶ କରିଛନ୍ତିା ତେଣୁ ରାଜ୍ୟ ସରକାର ବିଚାରକୁ ନେଇଁ ଆମ୍ବୁଲେନ୍ସ ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରିବାକୁ ପ୍ରବଳ ଦାବୀ ହୋଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.