ଭିନ୍ନକ୍ଷମ ଗୀତାଞ୍ଜଳିଙ୍କ ପାଇଁ ସରକାରୀ ଯୋଜନା ନାହିଁ ।

0 379

ଯାଜପୁର,୧୨/୦୮(ପିପିଟି); ସବୁ ଝିଅଙ୍କ ସ୍ଵପ୍ନ ବିବାହ କରି ଗୋଟେ ସୁନ୍ଦର ପରିବାର ଓ ନିଜ ସଂଖା ସିନ୍ଦୁର କୁ ନେଇ ସୁଖରେ ଘର ସଂସାର କରିବା, କିନ୍ତୁ ଯେତେବେଳେ ସେହି ଝିଅଟି କୌଣସି ପ୍ରକାର ଭିନ୍ନ କ୍ଷମ କିମ୍ବା ଶାରୀରିକ ଖୁଣ ହୋଇଥାଏ ତାକୁ ଏ ସମାଜରେ ବଞ୍ଚିବାକୁ ଅନେକ୍ କିଛି ସଙ୍ଘର୍ଷ କରିବାକୁ ପଡିଥାଏ, ଠିକ୍ ସେମିତି ଗୋଟେ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ କଦମ୍ ପାଳ ଗାଁର ଗୀତାଞ୍ଜଳି ମହାନ୍ତି, ଜନ୍ମରୁ ଦୁଇଟି ଗୋଡ ପୋଲିଓରେ ଆକ୍ରାନ୍ତ ଠିକ୍ ସେ ଚାଲି ପାରନ୍ତି ନାହିଁ, ପରିବାର କହିଲେ ବାପା କୁଶାସନ ମହାନ୍ତି, ମା ଦୂର୍ଗାବତୀ ମହାନ୍ତିଙ୍କ ସହିତ ରୁହନ୍ତି ଗୀତାଞ୍ଜଳି,ଅନେକ୍ ଦିନ ପୂର୍ବରୁ ଗୀତାଞ୍ଜଳି ଭାଇକୁ ହରାଇ ଥିବା ବେଳେ ଦୁଇ ମାସ ପୂର୍ବେ ବାପା କର୍କଟ ରୋଗରେ ଚାଲିଯାଆନ୍ତି ଆରପାରିକୁ, ପରିବାରର ଦୁଖଃ ବଢି ଚାଲେ, ଚିନ୍ତାରେ ଗୀତାଞ୍ଜଳି ଓ ମା, କେମିତି ବଞ୍ଚିବେ କିଏ ହେବ ଶାହା ଏପଟେ ଗୀତାଞ୍ଜଳି ପୋଲିଓ ରୋଗୀ ହୋଇଥିବାରୁ ଦୁଇ ଗୋଡ଼ରେ ଚାଲିବା ଅସମ୍ଭବ, ସରକାର କରିଥିବା ତାଲା ବନ୍ଦ ଯୋଗୁ ସବୁ କିଛି ବନ୍ଦ ହୋଇଥିବା ବେଳେ ବହୁ କଷ୍ଟରେ ଜୀବନ କାଟନ୍ତି ଦୁଇ ପ୍ରାଣୀ, ଗୀତାଞ୍ଜଳି ଜଣେ ଉଚ୍ଚ ଶିକ୍ଷିତା ମଧ୍ଯ,ବିଏ ପାସ କଲାପରେ ସିଟି କରିଛନ୍ତି କିନ୍ତୁ ଏତେ ପାଠ ପଢ଼ିଥିଲେ ମଧ୍ୟ ଏ ଯାଏ ସରକାରୀ ଚାକିରୀ ଖଣ୍ଡିଏ ପାଇନାହାନ୍ତି ସେ ଏନେଇ ଜିଲ୍ଲାପାଳଙ୍କୁ ନିବେଦନ କରିବା ପରେ ମଧ୍ଯ କୌଣସି ସୁଫଳ ମିଳିନାହିଁ, କିନ୍ତୁ ସବୁଠୁ ବଡ଼ କଥା ହେଉଛି ଇଚ୍ଛା ଶକ୍ତି ଦ୍ୱାରା ସବୁ ସମ୍ଭବ ବୋଲି ପ୍ରମାଣ କରିଛନ୍ତି ସେ, ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ଆଜିବି ସଙ୍ଘର୍ଷ ଜାରି ରଖିଛନ୍ତି, କାହାରି ଉପରେ ନିର୍ଭର ନକରି ଗାଁ ରେ ଥିବା କିଛି ପିଲାଙ୍କୁ ଟିଉସନ୍ କରି ସେଥିରେ ଯାହା ରୋଜ୍ ଗାର କରନ୍ତି ଦୁଃଖ କଷ୍ଟେ ପରିବାର ପ୍ରତିପୋଷଣ କରୁଛନ୍ତି, ଗୀତାଞ୍ଜଳି ଜଣେ ଉଚ୍ଚ ଶିକ୍ଷିତା ହୋଇଥିଲେ ମଧ୍ୟ ଆଜିଯାଏ ସରକାରୀ ସାହାଯ୍ଯ ରୁ ବଞ୍ଚିତ ଏହି କଥା କୋହ ଭରା କଣ୍ଠରେ କୁହନ୍ତି ଗୀତାଞ୍ଜଳି ।

Leave A Reply

Your email address will not be published.