ଭତ୍ତା ଟଙ୍କା ହଡପ,କାର୍ଯ୍ୟାନୁଷ୍ଠାନ କେବେ ?

0 723

ପଦ୍ମପୁର,୨୭/୦୭(ପିପିଟି); ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ରେ ନାହିଁ ନଥିବା କାଣ୍ଡ କାରଖାନା ମାନ ଘଟିଚାଲିଛି । ଯେତେ ଅସୁବିଧାକୁ ସୋସିଆଲ୍ ମିଡିଆ ରେ ଲୋକ ଲୋଚନ ତଥା ପ୍ରଶାସନର ଦୃଷ୍ଟିକୁ ଆଣିଲେ ମଧ୍ୟ ଆଖିବୁଜି ବିଲେଇ ଖିର ପିଇଛି ନିତି ରେ ଚାଲିଛି ଅସ୍ଥିର ପାଇକମାଲ ବ୍ଲକ । ଏଠି କିଏ କାହାକୁ ପଚାରେ ନୀତି ରେ ପୁଣି ଆଜି ଏକ ନୂଆଁ ଅଧ୍ୟାୟ ଘଟିଛି । ପାଇକମାଲ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତରେ ଯାଉଥିବା ଲହଙ୍ଗୀର ଗ୍ରାମର ସ୍ୱର୍ଗତ ରାଜ କୁମାର ସିଂ ବରିହାଙ୍କ ବିଧବା ପତ୍ନୀ ରାଧା ସିଂ ବରିହା ୨୦୧୯ ଅଗଷ୍ଟ ମାସରୁ ବାର୍ଦ୍ଧକ୍ୟ ଭତ୍ତା ପାଇକମାଲ ବ୍ଲକରୁ ପ୍ରାପ୍ତ ସୂଚନା ପ୍ରଦାନ କରାଯାଇଥିଲା । ତାଙ୍କ ଖାତା ନଂ୧୦୩/୧୯ ରେ ସମୁଦାୟ ୭ ହଜାର ଟଙ୍କାର ଭତ୍ତା ଦିଆଯାଇଥିବାର ଉଲ୍ଲେଖନୀୟ ହୋଇଛି । ହେଲେ ଖୋଲ୍ ପର୍ବତ ମାର ମୂଷା କଲାବେଳେ ଜଣାଯାଇଛି ଯେ,ସଂପ୍ରତି ଗ୍ରାମପଞ୍ଚାୟତର ଇ.ଓ ବିର୍ଥରାମ ବରିହା ଏବଂ ଅନ୍ୟ କେତେକ ଖଳ ପ୍ରକୃତିର କର୍ମଚାରୀ ମାନେ ବିଧବା ରାଧା ସିଂ ବରିହାଙ୍କୁ ୭୦୦୦ ଟଙ୍କା ନଦେଇ ଫରଜରି ଟିପଚିହ୍ନ ପକାଇ ସମସ୍ତ ଟଙ୍କା ଉଠାଇ ନେଇଛନ୍ତି । ଏ ସମ୍ପର୍କରେ ଶ୍ରୀମତି ବରିହା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ସମିତି ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କଲାପରେ ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ ପାଇକମାଲ ଯାଇ ବି.ଡି.ଓ ଙ୍କୁ ସମସ୍ତ କଥା ଜଣାଇଥିଲେ । ବି.ଡି.ଓ ଙ୍କ ନିର୍ଦେଶାନୁସାରେ ଗ୍ରାମପଞ୍ଚାୟତର ଇ.ଓ ବିର୍ଥରାମ ରାଧାଙ୍କ ଭତ୍ତା ପ୍ରଦାନ ଖାତାକୁ ଫେରସ୍ତ କରିଥିଲେ । ଶୂନ୍ୟଖାତା ର କଣ ମୂଲ୍ୟ ଅଛି, ମୋର ଭତ୍ତା ଟଙ୍କା କାଁହି ବୋଲି ବୋଲି ପ୍ରଶ୍ନ କରିଥିଲେ ଏବଂ ଖାତାକୁ ଆପଣ ରଖିଥାଆନ୍ତୁ ବୋଲି ଫେରାଇ ଦେଇଥିଲେ ଏଭଳି ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରେ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ରାସ୍ତାଘାଟ ନହୋଇ ଟଙ୍କା ଉଠାଣ ଇତ୍ୟାଦି ଇତ୍ୟାଦି ହଡପ ହୋଇ ଚାଲିଛି । ଏ ସମସ୍ୟାର ସମାଧାନ ସହ ବିଧବା ରାଧିକା ବରିହାଙ୍କୁ ଉଚିତ ନ୍ୟାୟ ସହ ୭ହଜାର ଟଙ୍କାର ହଡପ ହୋଇଥିବା ରାଶି କେବେ ଫେରସ୍ତ ପାଇଁ ବି.ଡି.ଓ ମହାଶୟ ବିଚାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ତଦନ୍ତ ସାପେକ୍ଷ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.