ଭଞ୍ଜନଗର ରେ ଆଜି ସର୍ବଧିକ ୪୦ନୂଆ ପଜିଟିଭ ।

0 379

ଭଞ୍ଜନଗର,୨୫/୦୭(ପିପିଟି); ଭଞ୍ଜନଗର ସହରରେ କୋରନା ନିୟନ୍ତ୍ରଣ ପାଇଁ ଗତମାସ ୨୫ତାରିଖରୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି। ଯାହାଫଳରେ ଆଜି ପର୍ଯ୍ୟନ୍ତ ସବୁ ରାସ୍ତାର ପ୍ରବେଶ ପଥରେ ବ୍ୟାରିକେଡ କରି ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦକରିବାକୁ ନିର୍ଦ୍ଦେଶ ଦିଆଯାଇଛି।ହେଲେ ମଧ୍ୟ ପ୍ରତିଦିନ ନୂଆ ନୂଆ ପଜିଟିଭ କେଶ ଏବେ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି।ଆଜି ଗଞ୍ଜାମ ଜିଲ୍ଲାରେ ମୋଟ ୫୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭଞ୍ଜନଗର ଅଞ୍ଚଳରେ ୪୦ଟି କେଶ ରହିଛି। ଏଥିସହ ୩ଜଣ କୋରନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।ସେଥିମଧ୍ୟରେ ଭଞ୍ଜନଗରଏନ.ଏ.ସି ର ଭେଜିପୁଟ ରୁ ୩ଜଣ, ସାନ ଧୋବା ସାହିର ୨ଜଣ, ମେନ ରୋଡ଼ ର ୫ଜଣ, ବାଇପାସ ରୋଡ଼ ର ୨ଜଣ, ଭଞ୍ଜନଗର ର ୨ଜଣ, ନିଳାଦ୍ରୀ ବିହାର ଓ ଏନ.ଏ.ସି ଅଫିସ ର ଜଣେ ଲେଖାଏଁ ଥିବାବେଳେ ଏହି ବ୍ଲକର ବଦାଙ୍ଗୀରୁ ୬ଜଣ, ଲଣ୍ଡେଇ ସାହି ର ୪ଜଣ,ଡିହ ପଢାଳ ର ୪ଜଣ, କୁଲାଡ଼ ର ୨ଜଣ, ବାଉଁଶ ଲୁଣ୍ଡି ର ୨ଜଣ, ବଡ଼ କୋଦଣ୍ଡା, ଦୋ ମୁହାଣୀ, ରାଇ ଗୋଚ୍ଛା, ଉଲିଙ୍ଗିଆ, ଢୁଢୁଆ ଓ ମୁଦୁଲି ପଲ୍ଲୀ ଗ୍ରାମର ଜଣେ ଲେଖାଏଁ ପଜିଟିଭ ଥିବା ଜଣାପଡିଛି ।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.