ଭଞ୍ଜନଗର ବ୍ଲକର ଜଣେ କର୍ମଚାରୀ ପଜିଟିଭ ।

0 132

ଭଞ୍ଜନଗର,ତା-୨୧/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ୧୦ଜଣ କରୋନା ଯୋଦ୍ଧାଙ୍କ ସମେତ ୩୮ଟି ନୂଆ ପଜିଟିଭ କେଶ ସାମ୍ନାକୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟର ଯୋଗେ ସୂଚନା ଦେଇଛନ୍ତି।ଏହି ୧୦ଜଣ ଯୋଦ୍ଧା କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ସଂକ୍ରମିତ ହୋଇଥିବା ଜଣାପଡିଛି।ସେଥିମଧ୍ୟରୁ ପୋଲସରା ବ୍ଲକର ୩ଜଣ, ଚିକିଟିର ୨ଜଣ, ଛତ୍ରପୁର, କବିସୂର୍ଯ୍ୟନଗର, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ଭଞ୍ଜନଗର ରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ରହିଥିବା ଜଣାପଡିଛି। ଭଞ୍ଜନଗରର ଆକ୍ରାନ୍ତ ବ୍ୟକ୍ତି ଜଣକ ପଞ୍ଚାୟତ ସମିତିର କର୍ମଚାରୀ ବୋଲି ଜଣାପଡିଛି। ତାଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରକୁ ପ୍ରଶାସନ ତରଫରୁ ପଠାଯାଇଛି।ଏହାକୁ ନେଇ ଅନ୍ୟ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିବା ଜଣା ପଡ଼ିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.