ଭଞ୍ଜନଗର ପୋଲିସ ତରଫରୁ କରୋନା ସଚେତନତା ଶୋଭାଯାତ୍ରା ।

0 450

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୯/୦୫, କରୋନା ଆଜି ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ବହୁ ଉନ୍ନତ ରାଷ୍ଟ୍ର ଦିନ ରାତି ଅହରହ ଉଦ୍ୟମ ଜାରି ରଖିଛନ୍ତି।କିଭଳି କରୋନା ଭାଇରସ କୁ ହଟେଇ ପୃଥିବୀ କୁ  ମହାମାରୀ ରୋଗଠାରୁ ରକ୍ଷା କରିବା ପାଇଁ ଚାଲିଛି ବିଭିନ୍ନ ଲ୍ୟାବ ରେ ପରୀକ୍ଷା ନିରୀକ୍ଷା।ତଥାପି ଆଜି ପର୍ଯ୍ୟନ୍ତ ସଫଳତା ମିଳିପାରି ନାହିଁ।ଏଭଳି ସ୍ଥିତିରେ କରୋନାର ମୁକାବିଲା ପାଇଁ ସଚେତନତା ହିଁ ଏକମାତ୍ର ବିକଳ୍ପ।ତେଣୁ ଜନସଧାରଣ ସଚେତନ ହେଲେ ଆମେ ବିପଦ ମୁକ୍ତ ହୋଇପାରିବା।ବାରମ୍ବାର ଟିଭି,ରେଡ଼ିଓ, ଖବରକାଗଜ, ସୋସିଆଲ ମିଡ଼ିଆ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର କରାଯାଇଥିଲେ ମଧ୍ୟ ବହୁ ଅମାନିଆ ଏସବୁ ନୀତି ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି।ତେଣୁ ଆଜି ଭଞ୍ଜନଗର ପୋଲିସ ତରଫରୁ ସହରବାସୀଙ୍କୁ ସଚେତନ କରିବା ପାଇଁ କରୋନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ।ଏହି ପଦଯାତ୍ରା ଭଞ୍ଜନଗର ମେନ ରୋଡ଼ରୁ ବାହାରି ଖାଲା ସାହି, ଷ୍ଟେଟ ବ୍ୟାଙ୍କ ଛକ ଓ ମହାବୀର ଛକ ଅତିକ୍ରମ କରି ଥାନା ଛକରେ ପହଞ୍ଚି ଥିଲା।ପୋଲିସ କର୍ମଚାରୀ ମାନେ ହାତରେ ପ୍ଲାକାର୍ଡ ଧରି ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା,ରାସ୍ତାରେ ଛେପ ନ ପକେଇବା ଭଳି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରିଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.