ଭଞ୍ଜନଗର,୨୬/୧୨(ପିପିଟି): ସ୍ବର୍ଗତଃ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ହୋଇ ଗତ ୨୪ବର୍ଷ ହେଲା ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କର ଅସ୍ଥାଭାଜନ ହୋଇପାରିଛି।କୋଭିଡ଼ ସମୟରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଓଡ଼ିଶାର ୯୬ଲକ୍ଷ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଦ୍ୱାରା ଉପକୃତ ହୋଇପାରିଛନ୍ତି । ସେହିପରି ଭଞ୍ଜନଗର ବ୍ଲକରେ ୨୯ହଜାରରୁ ଉର୍ଦ୍ଧ୍ବ ଓ ଏନ୍ଏସି ରେ ୨୬ଶହରୁ ଉର୍ଦ୍ଧ୍ବ ଲୋକ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି।ନିରନ୍ତର ଭାବେ ଆଜି ଓଡ଼ିଶାର ଉନ୍ନତି ହେବାରେ ଲାଗିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାରା ଭାରତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି ବିଜେଡ଼ିର ପ୍ରତିଷ୍ଠା ଦିବସରେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଜଳସେଚନ ଡାକ ବଙ୍ଗଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କହିଥିଲେ। ଏହି ସଭାର ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ଭଞ୍ଜନଗର ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ନଗର ସଭାପତି ରାଜେନ୍ଦ୍ର ବିଷୋୟୀ,ଜିଲ୍ଲା ବିଜେଡି ଉପସଭାପତି ରାଜ କୁମାର ସାହୁ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭି. ସଞ୍ଜୀବ କୁମାର ରାଜୁ, ଜିଲ୍ଲା ସମ୍ପାଦିକା ସଂଯୁକ୍ତା ବେହେରା,ବ୍ଲକ ମହିଳା ସଭାନେତ୍ରୀ ଶୈଳବାଳା ବିଷୋୟୀ,ଏନ୍ଏସି ର ସୁଜ୍ଞାନୀ କୁମାରୀ ଗୌଡ଼,ବ୍ଲକ ଯୁବ ସଭାପତି ରବୀନ୍ଦ୍ର କୁମାର ପ୍ରଧାନ,ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ନଗର ଯୁବ ସଭାପତି ସୁଧୀର ରଞ୍ଜନ ବେହେରା ଓ ଅନ୍ୟମାନେ ଉପସ୍ଥିତରହି ବିଜେଡ଼ି ସମ୍ପର୍କରେ ମତ ଦେଇ ଥିଲେ। ସାଂସଦ ପ୍ରତିନିଧି ଦିବାକର ନାୟକ ସଂଯୋଜନା କରିଥିଲେ।ଭଞ୍ଜନଗର ବ୍ଲକର ଲାଲସିଙ୍ଗି,କୁଲାଡ଼ ଓ ବାରୁଡ଼ା ପଞ୍ଚାୟତର ବହୁ ନେତା ଓ ଶହ ଶହକର୍ମୀ ଅନ୍ୟଦଳ ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ଓ ଏନ୍ଏସିର ବହୁ ବିଜେଡ଼ି ନେତୃବୃନ୍ଦ,ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )