ଭଞ୍ଜନଗର କୋଭିଡ ହସ୍ପିଟାଲ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ।

0 86

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୩/୦୫,ପୂର୍ବରୁ ଗଞ୍ଜାମ ଜିଲ୍ଲା ରେ କରୋନା ସ୍ଥିତି ନିୟନ୍ତ୍ରଣ ରେ ଥିବା ବେଳେ ପ୍ରବାସୀ ଓଡିଆମାନେ ଆସିବା ପରେ ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ପ୍ରତ୍ୟେକ ଦିନ କିଛି କିଛି ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି।ଯାହାକୁ ନେଇ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି ।ଏହାର ମୁକାବିଲା ପାଇଁ ଜିଲ୍ଲାରେ ଏବେ ୪ଟି କୋଭିଡ ହସ୍ପିଟାଲ ଆରମ୍ଭ ହେବାକୁ ଯାଉଛି।ସେଥି ମଧ୍ୟରେ ଭଞ୍ଜନଗର ଠାରେ ମଧ୍ୟ ଗୋଟିଏ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି।ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ଏଠାରେ ଆରମ୍ଭ ହେବାକୁ ଥିବା କୋଭିଡ ହସ୍ପିଟାଲ ବୁଲି ଦେଖିଥିଲେ।ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଛାତ୍ରୀ ନିବାସ ଠାରେ ୬୦ଟି ଶଯ୍ୟା ଓ ସିଟି ସ୍କୁଲ ଠାରେ ୪୦ଶଯ୍ୟା ବିଶିଷ୍ଟ  ହସ୍ପିଟାଲ କୁ ବୁଲି ଦେଖିବା ସହ ଆବଶ୍ୟକୀୟ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।ତାଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ମେଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥି ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଏହାପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିକଟସ୍ଥ କୁଲାଡ଼ ଠାରେ ଥିବା ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠ କ୍ବାରେଣ୍ଟିନ ସେଣ୍ଟର କୁ ଯାଇ ସେଠାରେ ଅନ୍ତେବାସୀଙ୍କ ସ୍ଥିତି ସମୀକ୍ଷା କରିଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.