ଭଞ୍ଜନଗର ଉପଜିଲ୍ଲାପାଳ କ୍ବାରେଣ୍ଟାଇନ୍ ସେଣ୍ଟର ସ୍ଥିତି ଅନୁଧ୍ୟାନ କଲେ ।

0 143

ଭଞ୍ଜନଗର,(ପିପିଟି)୦୧/୦୫ , ସୁରତରୁ ଶହଶହ ଓଡ଼ିଆ ଭିଟାମାଟିକୁ ବସ୍‌ଭଡ଼ା କରି ଦୈନନ୍ଦିନ ବାହାରୁଛନ୍ତି। ଶୁକ୍ରବାର ରାତିରେ ସୁରତର ବିଭିନ୍ନ ସ୍ଥାନରୁ ପ୍ରାୟ ୨୧ ବସ୍‌ ଓଡ଼ିଶା ଅଭିମୁଖେ ଯାତ୍ରୀ ନେଇ ବାହାରିବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ପ୍ରବାସି ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ଲୋକେ କିଭଳି ସୁରକ୍ଷିତ ଭାବେ ଭିଟାମାଟିରେ ପହଞ୍ଚିବେ ସେନେଇ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ସୁରତରୁ ଗଞ୍ଜାମ ଜିଲ୍ଲା ଆସୁଥିବା ବସ୍‌ ଗୁଡ଼ିକୁ ଗଞ୍ଜାମ କନ୍ଧମାଳ ସୀମା ଦୁର୍ଗାପ୍ରସାଦ ଠାରେ ଯାଞ୍ଚ କରାଯାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନିଆଯାଉଛି। ଯେତିକି ଲୋକେ ସୁରତରୁ ଗଞ୍ଜାମ ଜିଲ୍ଲାକୁ ଫେରିବେ ବୋଲି ଆଶା କରାଯାଉଥିଲା ତାଠାରୁ ଅଧିକ ଲୋକ ଆସିବା ସମ୍ଭାବନା ଯଥେଷ୍ଟ ରହିଛି। ତେଣୁ ଅଧିକ କ୍ୱାରେଣ୍ଟାଇନ ସେଣ୍ଟରର ଆବଶ୍ୟକତା ରହିପାରେ। ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଲୋକେ କିଭଳି ସୁରକ୍ଷିତ ଭାବେ ରହିପାରିବେ ସେନେଇ ଘନଘନ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦୀନବନ୍ଧୁ ଗୌଡ଼ ଭଞ୍ଜନଗର ସହରରେ ଥିବା ୮ କ୍ୱାରେଣ୍ଟାଇନ କେନ୍ଦ୍ରର ନୋଡ଼ାଲ ଅଫିସର ଅଛନ୍ତି । ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରେ ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକଙ୍କ ଆସିବା ନେଇ ପ୍ରସ୍ତୁତି ଜୋରଦାର ଚାଲିଛି।ଆସନ୍ତା ୩ଦିନ ଭିତରେ ସୁରଟରୁ ଶତାଧିକ ପ୍ରବାସି ଓଡ଼ିଆ ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକ ଅଭିମୁଖେ ବାହାରିବେ। ଏନେଇ ସେମାନେ ନାମ ପଞ୍ଜିକରଣ କରୁଥିବା ଜଣାପଡ଼ିଛି।
ରିପୋର୍ଟ – ରାହୁଲ୍ ବେହେରା ।

Leave A Reply

Your email address will not be published.