ଭଞ୍ଜନଗର ଅଞ୍ଚଳରେ ବଢୁଛି ଚୋରୀ; ପୋଲିସ ପାଇଁ ମୁଣ୍ଡବ୍ୟଥା ।

0 355

ଭଞ୍ଜନଗର,୦୫/୧୦(ପିପିଟି): ଆଗକୁ ଆସୁଛି ପାର୍ବଣ ୠତୁ।ଏହି ସମୟରେ ହିଁ ଭିଡ଼ ସୁଯୋଗରେ ଅସାମାଜିକ ବ୍ୟକ୍ତି ମାନେ ଖସିଯିବା ଆଶାରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଘଟାଇଥାନ୍ତି। ହେଲେ ଦଶହରା ପୂର୍ବରୁ ଭଞ୍ଜନଗର ଅଞ୍ଚଳରେ ଚୋରୀ ଘଟଣା ବଢ଼ିବାରେ ଲାଗିଛି।ଚୋରମାନେ ଧରା ପଡ଼ି ନଥିବାରୁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।ପୂର୍ବରୁ ବାଉଁଶ ଲୁଣ୍ଡିରେ ଗୋଟେ ମୋବାଇଲ ଦୋକାନରୁ ଚୋରୀ ହେବାର କିଛି ଦିନ ବ୍ୟବଧାନରେ ପୁଣି କୋଦଣ୍ଡା ଛକରୁ ଗୋଟିଏ ରାସନ ଦୋକାନରୁ ଚୋରୀ ହୋଇଥିଲା। ଏହାପରେ ସୋମବାର ରାତିରେ ଲଣ୍ଡେଇ ସାହିରେ ରହୁଥିବା ରବୀନ୍ଦ୍ର କୁମାର ବିଷୋୟୀଙ୍କ ଘର ଗ୍ରୀଲ ତାଲା ଭାଙ୍ଗି ଚୋରମାନେ ଏକ ହିରୋ ଗ୍ଲାମର ବାଇକ ନଂ ଓଆର ୦୭ପି ୪୨୧୫ ଏବଂ ଗୋଟିଏ ସାଇକେଲ ଚୋରୀ କରି ନେଇଛନ୍ତି। ସକାଳେ ଉଠି ରବି ଚୋରୀ ହେଇଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ। ହେଲେ ଚୋରୀ ହୋଇଥିବା ସାଇକେଲ ଟିକୁ ଚୋରମାନେ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଛାଡି ଚାଲି ଯାଇଥିବା ଜଣାପଡିବା ପରେ ସେଠାରୁ ସାଇକେଲଟିକୁ ଉଦ୍ଧାର କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି। ବାରମ୍ବାର ଏଭଳି ଚୋରୀ ଘଟଣା ସାମ୍ନାକୁ ଆସୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.