ଭକ୍ତ ଚରଣ ଯୁବ ସଂସଦ ଓ ଆମ ଓଡିଶା ମିଳିତ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।

0 57

ବୋଲଗଡ,(ପିପିଟି ନ୍ଯୁଜ୍)୨୭/୦୪-ମହାମାରୀ  କରୋନା  ସଂକ୍ରମଣ ରେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଲକ୍ ଡାଉନ ଲାଗି ବ୍ଲଡ଼ ବ୍ୟାଙ୍କରେ  ରକ୍ତ ର ଅଭାବ ଦେଖା ଦେବାରୁ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ  ଆହ୍ୱାନ  କ୍ରମେ ସ୍ୱେଚ୍ଛାକୃତ ଭାବେ ଯୁବ ସମାଜ ରକ୍ତ ଦାନ  କରିବା ପାଇଁ  ଆଗେଇ ଆସିଥିବା  ଦେଖିବାକୁ ମିଳିଛି ।ଯାହା କି ଖୋର୍ଦ୍ଧା ଜିଲ୍ଲା   ବୋଲଗଡ  ବ୍ଲକ ସାନ ପଦର ଭକ୍ତ ଚରଣଯୁବ ସଂସଦ ଆନୁକୂଲ୍ୟରେ  ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ରବିବାର ସକଳ ୯ଟା ରେ ଭକ୍ତ ଚରଣ ଯୁବ ସଂସଦ ଓ ଆମ ଓଡିଶା ଙ୍କ ମିଳିତ ସହଯୋଗ ରେ ୩୦ ୟୁନିଟି ସଂଗ୍ରହ କରାଯାଇଛି । ଉକ୍ତ ପଂଚାୟତ ର ଭକ୍ତ ଚରଣ ଯୁବ ସଂସଦ ର ସଭାପତି ଶ୍ରୀକାନ୍ତ କୁମାର ନାୟକ ଙ୍କ ଆହ୍ୱାନ ରେପ୍ରଧାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଖୋର୍ଦ୍ଧାର ପୂର୍ବତନ  ବିଧାୟକ ଡକ୍ଟର ଦିଲୀପ ଶ୍ରୀଚନ୍ଦନ, ଅନୁଷ୍ଠାନର ସମ୍ପାଦକ ମାନସରଞ୍ଜନ ସାମନ୍ତରାୟ, ଅଧ୍ୟାପକ ତିଲୋଚନ ସାହୁ ଗ୍ରାମ୍ୟ କମିଟି ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ସ୍ବେଛାସେବୀ ମାନେ ଆସି ରକ୍ତ ଦାନକରିଥିବା କୁ ଉତ୍ସାହିତ  କରି ଥିଲେ ।ଏ ଥିରେ ଆମ ଓଡିଶା ର ପ୍ରତିନିଧି  ଯୋଗେଶ୍ୱର ପଣ୍ଡା ସହଯୋଗ କରିଥିଲେ । ଏହି ଅଞ୍ଚଳରେ ସ୍ଵେଛା କୃତ ଭାବେ ବହୁ ଯୁବକ ରକ୍ତ  ଦାନ କରିବା ପାଇଁ  ଆଗେଇ ଆସିଥିବା ବେଳେ ସମୟ  ଅନୁପଯୁକ୍ତ ନ ହେବାରୁ ୩୦ୟୁନିଟ ରକ୍ତ  ରେ ବନ୍ଦ  କରାଯାଇଥିଲା ।
ରିପୋର୍ଟ – ଶୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.