ବ୍ରହ୍ମପୁର ସିପିଆଇ କାର୍ଯ୍ୟାଳୟ ଠାରେ ଶ୍ରମିକ ଦିବସ ପାଳନ ।

0 62

ବ୍ରହ୍ମପୁର,(ପିପିଟି)୦୧/୦୫- ବିଶ୍ବ ଶ୍ରମିକ ଦିବସ ଅବସରରେ ଏଆଇଟିୟୁସି ପକ୍ଷରୁ ବ୍ରହ୍ମପୁର ସ୍ଥିତ ପାର୍କ ସାହି ସିପିଆଇ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇ  ଶ୍ରମିକ ଦିବସ ପାଳନ ହୋଇଛି ।ଆଜି ସକାଳେ ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର ପତାକା ଉତ୍ତୋଳନ କରି ମଇ ଦିବସ ସଂପର୍କରେ ଉଦବୋଧନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଏଆଇୱାଇଏଫ୍ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ,ଏଆଇୱାଇଏଫ୍ ସଂପାଦକ କାମଦେବ ନାହାକ,ଟ୍ରଙ୍କ ୟୁନିୟନ ମହମ୍ମଦ ଉସମାନ,ବିଏସଇୟୁ ସଂପାଦକ ମହେନ୍ଦ୍ର ପାତ୍ର,ଭି.ଏଲ୍.ରେଡ୍ଡି,ଅଜୟ ଗୌଡ,କୃଷ୍ଣ ବେହେରା,ପ୍ରଦୀପ କୁମାର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.