ବ୍ଯବସାୟୀ ସଂଘ ଓ ଗ୍ରାମବାସୀଙ୍କ ମିଳିତ ବୈଠକ

0 246

ପଦ୍ମପୁର,(ପିପିଟି)୧୭/୦୬,ବନଦୁର୍ଗା ମନ୍ଦିର ରେ ବ୍ୟବସାୟୀ ସଂଘ ଓ ଗ୍ରାମବାସୀଙ୍କ ସହିତ କୋରୋନା ସମ୍ପର୍କ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ସଭା ପ୍ରଥମ ରେ ବ୍ୟବସାୟୀ ସଂଘର ସଭାପତି ଜୟ ନିଗମଙ୍କ ସଭାପତିତ୍ବରେ  ଚୀନ୍ ର ଆକ୍ରମଣରେ ସହିଦ ହୋଇଥିବା ଭାରତ ମାଟିର ଯବାନ ମାନଙ୍କ ପାଇଁ ଏବଂ ଗତ କାଲି ଝାରବନ୍ଧ ନିକଟସ୍ଥ କ୍ରଫଡଗଞ୍ଜର ଉଦୀୟମାନ ଯୁବ ଫାର୍ମାସିଷ୍ଟ ଚକ୍ର ଧର ପ୍ରଧାନ ଗତ କାଲି ଅକାଳ ବିୟୋଗରେ  ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା । ଝାରବନ୍ଧ ବ୍ଲକ କୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ରଖାଯାଇଥିବା କ୍ବାରେଣ୍ଟାଇନ ସେଣ୍ଟର ୧୦୦ ମିଟର ଉଭୟ ପଟକୁ ସିଲ କରାଯାଇଥିବା ସ୍ଥାନ କୁ ପ୍ରତିଦିନ ସେନୀଟାଇଜ କରିବା ପାଇଁ ସଭା ରେ ଦାବି କରାଯାଇଥିଲା । ସକାଳ ୬ ଟାରୁ ଗୋଟାଏ ପର୍ଯ୍ୟନ୍ତ  ଦୋକାନ ଖୋଲା  ରହିବ । ସାମାଜିକ ଦୂରତା ଉପରେ ସର୍ତର୍କ ରହିବାକୁ ଗୁରୁତ୍ଵା ଦିଆଯାଇଥିଲା । ପ୍ରତି ଦୋକାନ ର ସାମନା ରେ ସେନିଟାଇଜ ରଖିବା,   ଦୋକାନୀ ନିଜେ ମାସ୍କ ପିନ୍ଧିବା ଓ ଗ୍ରାହକ ନିଜେ ସାମାଜିକ ଦୂରତା ରଖି  ମାସ୍କ ପିନ୍ଧି ଜନସାଧାରଣ କୁ ସଚେତନା କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ଏହି ସଭାରେ ବାଣିଜ୍ୟ ସଂଘର  ସଭାପତି ଜୟ ନିଗମ, ସମ୍ପାଦକ ଅଜିତ ସାହୁ, ଦୁର୍ଗା ଅଗ୍ରୱାଲ, ଯୋଗ ଗୁରୁ କୁମାର ଗୌରବ ବେହେରା, ଘନ ଶ୍ୟାମ ବେହେରା, ପବନ ଅଗ୍ରୱାଲ, ବରିଷ୍ଠ ଗ୍ରାମବାସୀ ଜଗଦୀଶ ସାହୁ, ମୋହନ ପ୍ରଧାନ, ଅମୃତ ବନଛୋର, ବରିଷ୍ଠ ସମ୍ବାଦିକ ପ୍ରଦୀପ କୁମାର ପ୍ରଧାନ (ବୁଠି ଭାଇ ) ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଗକୁ ଥିବା ପବିତ୍ର  ରଥ ଯାତ୍ରା ପାଇଁ ଆଲୋଚନା ହୋଇଥିଲା । ପ୍ରଶାସନର ଅନୁମତି କ୍ରମେ ରଥ ଯାତ୍ରା ହେବ ବୋଲି ପ୍ରସ୍ତାବ ନିଆଯାଇ ଥିଲା । କୁମାର ଗୌରବ ବେହେରା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.