ବୋଲଗଡ ଥାନା ତ୍ରିନାଥ ଦେବଙ୍କ ୩୮ତମ ବାର୍ଷିକ ଉତ୍ସବ ପାଳିତ ।

0 213

ବୋଲଗଡ,୦୮/୦୨(ପିପିଟି): ବୋଲଗଡ ଥାନା ଆନୁକୂଲ୍ୟରେ ଓ ଭାରପ୍ରାପ୍ତ ଥାନା ଅଧିକାରିଣୀ ସିଂଗ୍ଧାମୟୀ ବରାଳ ଏବଂ ଦ୍ୱିତୀୟ ପୋଲିସି ଅଧିକାରିଣୀ ଲିଲି ପାଢ଼ୀ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ଶନିବାର ଦିନ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ୩୮ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରସହକାରେ ପାଳିତ ହୋଇଯାଇଛି । ଏହି ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବରେ ମୁଖ୍ୟ କର୍ତ୍ତୀ ଭାବେ ଭାରପ୍ରାପ୍ତ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଯୋଗଦେଇଥିଲେ । ଏହି ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ପୂଜକ ବସନ୍ତ ରଥଙ୍କ ଦ୍ୱାରା ଘଟ ସ୍ଥାପନ,ସାଲ ପୂଜା, ବିଘ୍ରହ ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା ଇତ୍ୟାଦି ପୂଜା ପାଠ କରି ହୋମ ଯଂଜ୍ଞ କାର୍ଯ୍ୟ ସମ୍ପାଦାନ କରିଥିଲେ । ଥାନାର ସମସ୍ତ ପୋଲିସ କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମ୍ବାଦିକ ଓ ସମାଜ ସେବୀ ମାନେ ଏହି ବାର୍ଷିକ ଉତ୍ସବରେ ଯୋଗଦାନ କରି ମଙ୍ଗଳ କାମନା ନିମନ୍ତେ ପୂଜା ପାଠ ସହିତ ହୋମ ଯଂଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ l ବୋଲଗଡ ଥାନା ସମେତ ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣମାନଙ୍କର ସୁସ୍ଥ, ଓ ନିରୋଗ ଜୀବନ ଯାପନ କାମନା କରି ମୁଖ୍ୟ କର୍ତ୍ତୀ ସ୍ନିଗ୍ଧାମୟୀ ବରାଳ ହୋମ ଯଂଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଏହି ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା,ବାଂକୋଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଗୋବର୍ଦ୍ଧନ ପୁର ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ସମେତ ଜିଲ୍ଲାର ବିଭିନ୍ନ ଥାନାରୁ ଅଧିକାରୀମାନେ ଯୋଗ ଦେଥିଲେ । ତ୍ରିନାଥ ଦେବଙ୍କ ମନ୍ଦିରକୁ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକରେ ସୁ ସଜ୍ଜିତ କରାଯାଇ ଜନସାଧାରଣମାନଙ୍କ ଖୁସି ନିମନ୍ତେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହାକୁ ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ସମସ୍ତଙ୍କ ମିଳିତ ସହଯୋଗରେ ପ୍ରତିବର୍ଷ ମହାଆଡ଼ମ୍ବର ସହକାରେ ପାଳନ ହୋଇଆସୁଅଛି ।ଏହି କାର୍ଯ୍ୟକ୍ରମକୁ ଏସ.ଆଇ ପ୍ରମୋଦ ନାୟକ,ଏ, ଏସ ଆଇ ପ୍ରସନ କୁମାର ଦଳେଇ ଙ୍କ ସମେତ ବୋଲଗଡ ଥାନାର ସମସ୍ତ କର୍ମଚାରୀମାନେ ସହଯୋଗ କରି ପରିଚାଳନା କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.