ବେଲଗୁଣ୍ଠା ରେ କାଳବୈଶାଖୀ ତାଣ୍ଡବ;ବିଦ୍ୟୁତ୍ ସେବା ପ୍ରଭାବିତ ।

0 599

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍) ୨୫/୪-ଅଦିନିଆ କାଳବୈଶାଖୀ ବର୍ଷା ଓ ଝଡତୋଫାନ ରେ ବେଲଗୁଣ୍ଠା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି ।ଗତ ରାତିରେ ହୋଇଥିବା ଏହି ଝଡରେ ସହରର ବହୁ ଗଛ ଭାଙ୍ଗି ଉପୁଡି ପଡିଥିବା ବେଳେ ବହୁ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି ।ତେଣୁ ବେଲଗୁଣ୍ଠା ଅଞ୍ଚଳରେ ଗତ ରାତିରୁ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇ ଆଜି ଦ୍ୱିପହର ରେ ସ୍ୱାଭାବିକ ହୋଇଥିଲା ।ବେଲଗୁଣ୍ଠା ପୋଷ୍ଟ ଅଫିସ ପାଖରେ ଏକ ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗି ଯାଇଥିବା ବେଳେ ଶାସନ ସାହି ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଥିବା ଗଛ ଗୁଡିକ ଭାଙ୍ଗି ଯାଇଥିବା ବେଳେ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ଘଟିଛି ।କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ଏହି କାଳବୈଶାଖୀ ଝଡ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.