ବେଲଗୁଣ୍ଠାରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ।

0 70

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୦/୦୫,ଆସନ୍ତା ଶନିବାର ୨୩ ତାରିଖରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ଓ ବେଲଗୁଣ୍ଠା ପୋଲିସ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଇଙ୍ଗିନାଠି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଅନୁଷ୍ଠିତ ହେବ ।ରକ୍ତଦାନ ଶିବିରକୁ କିପରି ସଫଳ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।ଏଥିରେ କିପରି ଯୁବ ବର୍ଗଙ୍କୁ ସାମିଲ କରିବା ପାଇଁ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଗୁରୁତ୍ୱ ଦେଇଥିଲେ ।ଫାଣ୍ଡି ଅଧିକାରୀ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ପ୍ରସ୍ତୁତି ବୈଠକରେ ବେଲଗୁଣ୍ଠା ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି,କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ନିତିଦିନ ଦକ୍ଷିଣ ଓଡିଶା ବିଜ୍ଞାପନ ମୁଖ୍ୟ ଦୀପକ କୁମାର ପଣ୍ଡା,ଉପଦେଷ୍ଟା ସୁଶାନ୍ତ କୁମାର ବେହେରା,ବାଳକୃଷ୍ଣ ପାତ୍ର,ସୁରେଶ ସୁବୁଦ୍ଧି ଓ ଶିବରାମ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.