ବେଲଗୁଣ୍ଠାରେ ମାଟ୍ରିକ ସଫଳତାରେ ଛାତ୍ରୀ ଆଗରେ,ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଛାତ୍ରୀ ଚିନ୍ମୟୀ ହେଲେ ବ୍ଲକ ଟପ୍ପର ।

0 490

ବେଲଗୁଣ୍ଠା ,୨୯/୦୭(ପିପିଟି)ସବୁ ଆଶା ଆଶଙ୍କାର ଅନ୍ତ ଘଟାଇ ବହୁ ପ୍ରତିଖିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବେଲଗୁଣ୍ଠା ଅଞ୍ଚଳରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ସର୍ବାଧିକ ମାର୍କ ରଖି କୃତକାର୍ଯ୍ଯ ହୋଇଥିବା ଜଣାପଡିଛି । ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଛାତ୍ରୀ ଚିନ୍ମୟୀ ରାଉତ ୬୦୦ ରୁ ୫୬୭ ମାର୍କ ଅର୍ଥାତ ଶତକଡା ୯୪ ପ୍ରତିଶତ ରଖି ବେଲଗୁଣ୍ଠା ବ୍ଲକ ଓ ଏନ.ଏ.ସି.ରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି ।ତାଙ୍କ ଘର ବେଲଗୁଣ୍ଠା ନିକଟସ୍ଥ ଚଢିଆପଲ୍ଲୀ ଗ୍ରାମରେ ହୋଇଥିବା ବେଳେ ସେ ବେଲଗୁଣ୍ଠା ସ୍ଥିତ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ପଢୁଥିଲେ । ସେହିପରି ଏହି ବିଦ୍ୟାଳୟର ଛାତ୍ରୀ ସ୍ମୃତି ଶିଖା ପାତ୍ର ୫୪୭ ଅର୍ଥାତ ଶତକଡା ୯୧ ପ୍ରତିଶତ ମାର୍କ ରଖିଥିବା ବେଳେ ଛାତ୍ର ପ୍ରୀତିରଞ୍ଜନ ସାହୁ ୫୪୦ ମାର୍କ ରଖିଛନ୍ତି । ଏହି ସଫଳତା ପାଇଁ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ତିନିଜଣ ଛାତ୍ରଛାତ୍ରୀ ସେମାନଙ୍କର ସଫଳତାର ଶ୍ରେୟ ନିଜ ପିତା ମାତାଙ୍କ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସୁଶାନ୍ତ ଗୁରୁଜୀ,କାଶୀନାଥ ଗୁରୁଜୀ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି । ସେହିପରି ବ୍ଲକରେ ଗୋବରା ବିଶ୍ବଭାରତି ଆବାସିକ ବିଦ୍ୟାଳୟର ଛାତ୍ର ସ୍ଵାଧୀନ କୁମାର ଗୌଡ ଓ ତନରଡା ଆର୍ଯ୍ୟ କନ୍ୟା ଗୁରୁକୁଳର ଛାତ୍ରୀ ସ୍ଵପ୍ନାରଣୀ ପ୍ରଧାନ ଦୁହେଁ ୫୪୦ ଅର୍ଥାତ ଶତକଡା ୯୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ଯ ହୋଇଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.