ବେଲଗୁଣ୍ଠା,୦୧/୦୭(ପିପିଟି);ସରକାର ଟୀକା ନେବାକୁ ବାଧ୍ୟ କରୁଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ । କିଛିଦିନର ଟୀକାକରଣ ପରେ ଗତ ୬ ଦିନ ହେବ ଟୀକାକରଣ ବନ୍ଦ ରହିଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବେଲଗୁଣ୍ଠା ଅଞ୍ଚଳରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକମାତ୍ର କେନ୍ଦ୍ର ହୋଇଥିବା ବେଳେ ଜନ ସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ପ୍ରଶାସନିକ ସ୍ତରରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ଯଥାବିଧି ଚେଷ୍ଟା କରାଯାଉଥିଲେ ମଧ୍ୟ ଟୀକାର ଅଭାବ ଯୋଗୁଁ ଟୀକାଦାନ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇପାରୁନାହିଁ । ଗତ ୨୧ ତାରିଖ ଠାରୁ ୧୮-୪୪ ବର୍ଗୀୟ ବ୍ୟକ୍ତିଙ୍କ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୮୪ ଦିନ ପୂର୍ବରୁ ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟ ଦ୍ୱିତୀୟ ଡୋଜ୍ ପାଇଁ ସମୟ ଆସିଗଲାଣି । କିନ୍ତୁ ଟୀକାଦାନ କାର୍ଯ୍ୟକ୍ରମ ବନ୍ଦ ଥିବା ଯୋଗୁଁ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦ୍ୱିତୀୟ ଡୋଜ୍ ଟୀକାଦାନ ପାଇଁ ମୋବାଇଲକୁ ବାରମ୍ବାର ମେସେଜ୍ ମଧ୍ୟ ଆସୁଥିବାରୁ କିଛ ବ୍ୟକ୍ତି ଟୀକାଦାନ କେନ୍ଦ୍ରକୁ ଆସି ଫେରି ଯାଉଥିବା ଦେଖିବାକୁ ମିଳିଛି ।କିଛି ଦିନ ହେବା ରାଜ୍ୟର ପ୍ରାୟ୍ ୧୬ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ ତୁରନ୍ତ ଟୀକା ଯୋଗାଇ ଟୀକାକରଣ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )