ପଦ୍ମପୁର,(ପିପିଟି ନ୍ଯୁଜ୍)୦୬/୦୪ – ସଂପ୍ରତି ପାଇକମାଳ ବ୍ଳକ ଅଧିନସ୍ଥ ଚର୍ଦାପାଲି ଗ୍ରାମ ରେ ଆଜକୁ ୪ବର୍ଷ ହେଲା ଜଣେ ବ୍ୟକ୍ତି ଖୋଲାଖୋଲି ବେଆଇନ ଭାବେ ରନ୍ଧାମଦ ବିକ୍ରି କରିବାରେ ଲାଗିପଡିଛିା ତାକୁ ଅନେକ ଥର ଗ୍ରାମର ଭଦ୍ରବ୍ୟକ୍ତିଗଣ ଡାକି ଏଭଳି ବେଆଇନ କାମ ନ କରିବାକୁ ତାଗିଦ କରିବା ସତ୍ୱେ ମଧ୍ୟ ସେ କାହାରି କଥାକୁ କର୍ଣପାତ କରୁନାହିଁ ।ବର୍ତମାନ ଦେଖାଦେଇଥିବା କରୋନା ଭାଇରସ ରେ ସମଗ୍ର ରାଜ୍ୟ ଲକଡାଉନ ଥିବାବେଳେ ସ୍ପଷ୍ଟଦିବାଲୋକ ରେ ଲୋକଙ୍କୁ ରୁଣ୍ଡକରି ରନ୍ଧାମଦ ବିକ୍ରି କରୁଛି । ଆଖପାଖ ଅଂଚଳ ତଥା ଛତିଶଗଡ ରାଜ୍ୟ ର କେତେକ ଗ୍ରାମର ଲୋକେ ଉକ୍ତ ଗ୍ରାମ ଚର୍ଦାପାଲିକୁ ଆସି ଗୋଟାଏଯାଗାରେ ରୁଣ୍ଡହୋଇ ମଦ ପିଇବ ଗ୍ରାମବାସୀଙ୍କ ନଜର କୁ ଆସିବାରୁ ଉକ୍ତ ମଦବ୍ୟବସାୟୀ କୁ ଡାକି ଏଭଳି ସଙ୍କଟ ସମୟରେ ମଦଭାଟି ବନ୍ଦଥିବାବେଳେ ତୁ କାହିଁକି ଏଭଳି ବେଆଇନ କାର୍ଯ୍ୟ କରୁଛୁ ତାକୁ ସଂପୂର୍ଣ ବନ୍ଦ କର କହିବାରୁ ଓଲଟା ଉକ୍ତବ୍ୟକ୍ତି ନାଲିଆଖି ଦେଖାଇ ଜଗଦଲପୁର ଥାନା ଓ ପଦ୍ମପୁର ର ଅବକାରୀ ବିଭାଗ କୁ ମୁ ଧରିଛି, ମୁଁ ମୋ ବେପାର କରିବି ମୁଁ ଆପଣ ମାନଙ୍କ କଥା ମାନିପାରିବି ନାହିଁ ବୋଲି ଓଲଟା କହିବାରୁ ଗତକାଲି ଜଗଦଲପୁର ଥାନାରେ ଗ୍ରାମବାସୀଗଣ ତା ବିରୋଧରେ ଅଭିଯୋଗ କରିଥିଲେ ହେଲେ ଥାନାବାବୁ ତାକୁ ତାଗିଦ କରିବେ କଣ ଓଲଟା ଗ୍ରାମର କଥା ଗାଁ ରେ ମିମାଂସା କରିଦେବାକୁ ଗ୍ରାମବାସୀ ଙ୍କୁ ପରାର୍ମଶ ଦେଲେ,ତା ନାମରେ କେଶ ମଧ୍ୟ ଦାୟର କଲେନାହିଁ । ତଥାପି ଗ୍ରାମବାସୀ ଗଣ ଥାନାବାବୁ ଙ୍କ କଥାନୁଯାୟୀ ଗାଁ କୁ ଆସି ସମସ୍ୟାର ସମାଧାନ କରିବାକୁ ତାକୁଡାକିବାରୁ ସେ ଆସି ମୋ ବିରୁଦ୍ଧ ରେ ଯେ ସ୍ୱର ଉତ୍ତୋଳନ କରିବ ତାକୁ ମୁଁ ନିଶ୍ଚୟ ମାରିବି ବୋଲି ଧମକ ଚମକ ଦେବାରୁ ବାଧ୍ୟ ହୋଇଗ୍ରାମବାସୀଗଣ ଛତିଶଗଡ ର ସରାଇପାଲି ଓ ପଦ୍ମପୁର ମୁଖ୍ୟ ରାସ୍ତା ଉପର କୁ ଆଜି ସକାଳୁ ଆସି ୧ ମିଟର ବ୍ୟବଧାନ ରେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଛନ୍ତିା ଏଭଳି ବେଆଇନ କାର୍ଯ ରେ ଲିପ୍ତ ଥିବା ବ୍ୟକ୍ତି ଙ୍କ ବିରୁଦ୍ଧ ରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଗଣ ଉପଜିଲ୍ଲାପାଳ ପଦ୍ମପୁରଙ୍କୁ ଅନୁରୋଧ ସହ ଦାବୀ ଜଣାଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟିମ୍ ଏବଂ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ସମସ୍ତେ ମିଳିତ ଭାବରେ ନ ରହିବା ପାଇଁ ଅନୁରୋଧ କଲେ ଓ ସମାଧାନ ପାଇଁ ଚେଷ୍ଟା କଲେ ମଧ୍ୟ ସମସ୍ଯା ସମାଧାନ ହୋଇ ପାରି ନାହିଁ ।ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।