ବେଆଇନ୍ କରତ କଳ ଉପରେ ଚଢାଉ,ଯନ୍ତ୍ରାଂଶ ସହ କାଠ ଜବତ ।

0 954

କୋଦଳା,(ପିପିଟି ନ୍ଯୁଜ୍)୩୧/୦୫, କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ବେଲଝରି ରେ ବେଆଇନ୍ କରତ କଳର ଯନ୍ତ୍ରାଂଶ ସହ ୫୦ ଫୁଟ କାଠ ଗଣ୍ଡି ଜବତ ହୋଇଥିବା ଜଣାପଡ଼ିଛି ।ପ୍ରାପ୍ତ ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ବେଲଝରି ଗ୍ରାମ ଉପକଣ୍ଠରେ ଦୀର୍ଘଦିନ ହେବ ବେଆଇନ୍ ଭାବେ ଚାଲିଥିବା ଏକ କରତ କଳକୁ ବ୍ରହ୍ମପୁର ଡି.ଏଫ୍ ଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଅଚାନକ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ କରତକଳର ସମସ୍ତ ଯନ୍ତ୍ରାଂଶ, ଜେନେରେଟର, ସହ ୫୦ ଫୁଟରୁ ଉର୍ଦ୍ଧ୍ବ କାଠ ଗଣ୍ଡି ଜବତ କରି ଖଲ୍ଲିକୋଟ ରେଞ୍ଜର ଅଫିସକୁ ନିଆ ଯାଇଛି ।ଏହାର ପାଖାପାଖି ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି।କିଛି ସମୟ ପାଇଁ ଉକ୍ତ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ କୋଦଳା ଥାନା ଅଧିକାରୀ ସେମାନଙ୍କ କର୍ମକର୍ତ୍ତାଙ୍କୁ ନେଇ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲେ । ଏହି ଚଢାଉରେ ବ୍ରହ୍ମପୁର ଡିଭିଜିନାଲ ଡି ଏଫ୍ ଓ ଅମ୍ଳାନ ନାୟକ, ଏ ସି ଏଫ୍ ଅଶୋକ କୁମାର ବେହେରା, ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସମେତ ୪ ଗୋଟି ଫରେଷ୍ଟ ରେଞ୍ଜ୍ ଯଥା ଦିଗପହଣ୍ଡି, ପୋଲସରା , ଛାମୁଟିଆ ପଲ୍ଲୀ, ଖଲ୍ଲିକୋଟର ବହୁ କର୍ମକର୍ତ୍ତା,ବ୍ରହ୍ମପୁର ଡିଭିଜନର ମୋବଇଲ୍ ଷ୍ଟାଫ୍, ପୋଲିସ୍ ବିଭାଗର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.