ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

0 336

ହିଞ୍ଜିଳିକାଟୁ,ତା-୦୨/୦୮(ପିପିଟି) ;ମା ଶ୍ୟମଳାଇ ବିଦ୍ୟାପୀଠ ର ପୂର୍ବତନ ଛାତ୍ର ପରିଷଦ ତରଫରୁ ପୋଡଙ୍ଗି ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବେଲ, ଅଁଳା, ଜାମୁକୋଳି, ନିମ ପରି ଔଷଧୀୟ ବୃକ୍ଷ ସହିତ ଅର୍ଜୁନ ଓ ଅନ୍ୟାନ୍ୟ ବିଭିନ୍ନ କିସମର ଛାୟା ପ୍ରଦାନ କାରୀ ବୃକ୍ଷରୋପଣ କରାଯାଇଛି । କୋଡିଏ ଗୋଟି ବୃକ୍ଷରୋପଣ କରାଯାଇଛି । ପୋଡଙ୍ଗି ଗ୍ରାମର ବୟୋଜ୍ୟେଷ୍ଠ,ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ କରକମଳରେ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିନ୍ନ ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉକ୍ତ ଛାତ୍ର ପରିଷଦର ସଭାପତି ଆଲୋକ କୁମାର ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ତାହା ସହ ପରିଷଦର ସକ୍ରିୟ କର୍ମୀ ମାନଙ୍କ ମଧ୍ୟରେ ନାରାୟଣ ଗୌଡ଼,ହରିହର ପତ୍ର, ଯୋଗୀନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ସାଗର ମହାରଣା, ଶ୍ରୀକାନ୍ତ ସାହୁ, ସୁଶାନ୍ତ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.