ବିଶ୍ୱହିନ୍ଦୁ ପରିଷଦର ବୈଠକ ।

0 223

ପଦ୍ମପୁର,୦୩/୦୮(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମର ହରିଜନ ପଡା ଠାରେ ବିଶ୍ୱହିନ୍ଦୁ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ବିଶ୍ୱହିନ୍ଦୁ ପରିଷଦ ବିଭାଗର ସଂପାଦକ ଦୀନବଂଧୁ ଦେହେରୀ,ବରଗଡ ଜିଲ୍ଲା ସଂପାଦକ ଭୂବନେଶ୍ୱର ସାହୁ,ବରଗଡ ଜିଲ୍ଲା ବଜରଙ୍ଗ ଦଳର ସହ ସଂଯୋଜକ ସଂଜୀବ କୁମାର ମେହେର ଓ ବଜରଙ୍ଗ ଦଳର ବରଗଡ ନଗରର ସଂଯୋଜକ ରାଜା ପ୍ରଧାନ ଯୋଗଦାନ କରିଥିଲେ । ଏ ପରିପ୍ରେକ୍ଷୀରେ ଆଗକୁ ବଜରଂଗ ଦଳର ସଂଗଠନ ମଜଭୂତ ସମ୍ପର୍କ ରେ ଆଲୋଚନା ହୋଇଥିଲା । ଶେଷରେ ପେଟୁପାଲି ଦଳର ସଂଯୋଜକ ରାଜେଶ ନନ୍ଦା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ବୈଠକ ସମାପିତ କରିଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.