ବିରଳ ବଜ୍ରକାପ୍ତା ଉଦ୍ଧାର ।

0 572

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୧/୬,ଗଞ୍ଜାମ ଜିଲା କଂସାମାରୀ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଏକ ବଜ୍ରକାପ୍ତା ଉଦ୍ଧାର କରିଛି ବନବିଭାଗ। ଚନ୍ଦ୍ରଗିରି ବନାଞ୍ଚଳର ପୁଡାମାରୀ ବନବିଭାଗ କର୍ତ୍ତୃପକ୍ଷ ଖବର ପାଇ କୌଶଳ କ୍ରମେ ଉଦ୍ଧାର କରିଥିଲେ। ଆଜି ପ୍ରାଣୀଧନ ନିରୀକ୍ଷକ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଲଖାରୀ ଅଭୟାରଣ୍ୟକୁ ଛାଡି ଦିଆଯାଇଥିବା ରେଞ୍ଜର କାଲୀ ଚରଣ ବେହେରା ସୂଚନା ଦେଇଛନ୍ତି। ଉଦ୍ଧୃତ ବଜ୍ରକାପ୍ତାର ଓଜନ ପ୍ରାୟ ୫କେଜି ୮ଶହ ଗ୍ରାମ ଏବଂ ୩ଫୁଟ ୩ଇଞ୍ଚ ଉଚ୍ଚତା ରହିଥିବା ସୂଚନା ମିଳିଛି ଏହା ଫିମେଲ କେଟାଗୋରୀ ହୋଇଥିବା ବେଳେ ୫ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି।ଉଦ୍ଧାର ସମୟରେ ଡେପୁଟି ରେଞ୍ଜର କାଲୀ ଚରଣ ବେହେରାଙ୍କ ସମେତ ଫରେଷ୍ଟର ଲଷ୍ମୀ କାନ୍ତ ପାତ୍ର, ଗାୟତ୍ରୀ ପ୍ରଧାନ,କାଳିଆ ପ୍ରଧାନ , ସୁଧାକର କଣ୍ଡାଳୁ ପ୍ରମୁଖ ସାମିଲ ଥିଲେ। ଏଭଳି ବିରଳ ପ୍ରଜାତିର ପକ୍ଷୀ ମାନେ ବିଚରଣ କରୁଥିବା ବେଳେ ଏସବୁର ସୁରକ୍ଷା ନେଇ ବନବିଭାଗ ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ପିଏଫଏ ସ୍ବେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ ଦାବୀ କରିଛନ୍ତି।
ରିପୋର୍ଟ -ସାଇଦୀପ ପୂଜାରୀ

Leave A Reply

Your email address will not be published.