ବିପତ୍ତି ସମୟର ବନ୍ଧୁ ଯୁବସମାଜସେବୀ ହିମାଂଶୁ ।

0 332

ଯାଜପୁର,(ପିପିଟି) ୧୪/୦୬ , ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ  ରସୁଲପୁର ବ୍ଲକର ଓଡ଼ିଶୋ  ପଞ୍ଚାୟତ ର ମାନପୁର ଗ୍ରାମର ଆକାଶ ସମାଲ, ବୟସ ୧୨ ବର୍ଷର ବାଳକ ର ଚାଷ କାମରେ ଲାଗିଥିବା ରୋଟର ରେ ଗୋଡ଼ ପଶିଯାଇ ଖଣ୍ଡ  ବିଖଣ୍ଡିତ  ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସା ହୋଉଥିବାର ଖବର ପାଇ ତାଙ୍କ ଆର୍ଥିକ ସ୍ଥିତି ଠିକ ନ ଥିବା ସମୟରେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା କରିବା ସହ ଆଗାମୀ ଦିନରେ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ହିମାଂଶୁ । ଏହା ସହିତ ଲକ ଡାଉନ ସମୟରେ ଧର୍ମଶାଳା ବ୍ଲକ ବିଭିନ୍ନ ପଞ୍ଚାୟର ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ ଦେଇଛନ୍ତି । ଏହା ସହିତ ବର୍ଷା ଦିନ ପାଇଁ ବହୁ ଗରିବ ଖଟିଖିଆ ଲୋକମାନଙ୍କୁ ଜରି ପାଲ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.