ବିଧାୟିକାଙ୍କ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ।

0 464

କୋଦଳା,(ପିପିଟି ନ୍ଯୁଜ୍)୨୩/୦୫, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶନିବାର ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ବିଭିନ୍ନ ସଂଗରୋଧ ଗୃହ ବୁଲି ଦେଖିଥିଲେ।କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଲକର ଫାଶୀ, ଦିଗି,ଉସ୍ତାପଡା,ବେରୁଅଂବାଡ଼ି ,କାଳି ମେଖି,ସାନ ଉସ୍ତାପଡା, ମଠ ସରସିଂ, ଘୋଡାପଡା ଓ ମର୍ଦ୍ଦମେଖ ଆଦି କରୋନା ସଙ୍ଗରୋଧ କେନ୍ଦ୍ର ଗୁଡ଼ିକ ବୁଲି ଦେଖିଥିଲେ।କୋଦଳା ଏନ୍ଏସି ର ସ୍ଵର୍ଣ୍ଣମୟୀ ହାଇସ୍କୂଲ ,ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ପରିଦର୍ଶନ କରି ଲୋକମାନଙ୍କ ସହିତ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ସୁବିଧା ଅସୁବିଧା ଉପରେ ପଚାରି ବୁଝିବା ସହିତ ସେମାନଙ୍କ କଥା ଉପରେ ଆତ୍ମସନ୍ତୋଷ ଲାଭ କରିଥିଲେ ଓ ଶିଶୁ ମାନଙ୍କୁ ଚକଲେଟ ବଣ୍ଟନ କରିଥିଲେ ।ସଙ୍ଗରୋଧରେ ଥିବା ସମସ୍ତ ବ୍ୟକ୍ତି ଶୃଙ୍ଖଳାର ସହିତ ରହୁଥିବାରୁ ବିଧାୟିକା ଧନ୍ୟବାଦ ପ୍ରଦାନ କରିଥିଲେ ଓ ୨୨ଦିନ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରଶାସନକୁ ସହଯୋଗ କରିବା ସହିତ ନିଜକୁ ସୁରକ୍ଷିତ ରଖାଇବାକୁ ପରାମର୍ଶ ଦେଇଥିଲେ ।ଏନ୍ଏସି ରେ ହୋଇଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ରେ ଏନଏସି ପ୍ରଶାସନର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଓ ଖାଦ୍ୟପାନୀୟର ସୁ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ସ୍ଥାନୀୟ ପ୍ରଶାସନ ତଥା ଏନ୍ଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଏବଂ ତାଙ୍କ କର୍ମକର୍ତ୍ତା , ତହସିଲଦାର ପ୍ରଭାତ କୁମାର ପରିଡା ,ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏଵଂ ସେମାନଙ୍କୁ କର୍ମକର୍ତ୍ତାଙ୍କ କାର୍ଯ୍ୟକୁ ପ୍ରସଂଶା କରିଥିଲେ ।ଏହି ସମୟ ରେ କିଛି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

Leave A Reply

Your email address will not be published.