କୋଦଳା,୦୧/୦୭(ପିପିଟି);କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଭାବେ ନିଯୁକ୍ତି ହେବା ପରେ ଗୁରୁବାର ଦିନ ବେଗୁନିଆପଡା ବ୍ଲକ ମହିଳା ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇ ଥିଲା ।ଏହା ପରେ ବ୍ଲକ ପରିସରରେ ଚାରା ରୋପଣ କରିଥିଲେ ବିଧାୟିକା । ଖଣ୍ଡିଆନଇ ପଞ୍ଚାୟତର ତିରିଡା ଠାରେ ବିଧାୟିକା ପାଣ୍ଠିରୁ ନିର୍ମିତି ଗୁଣ୍ଡିଚାମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇଥିଲେ। ବେଗୁନିଆପଡା ଠାରେ ଡାଇମଣ୍ଡ ଉତ୍ପାଦକ ଗ୍ରୁପର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ମିଶନ ଶକ୍ତି ଆନୁକୂଲ୍ୟରେ ଆରମ୍ବ ହୋଇଛି ପିଜି ପ୍ରଡକସନ । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ।ଏହି ପିଜି ପ୍ରଡକସନ ଗ୍ରୁପରେ ବିଭିନ୍ନ ପ୍ରକାର ହଳଦୀ ଗୁଣ୍ଡ ,ମସଲା ଗୁଣ୍ଡ,ଡାଲି,ଲଙ୍କା ଗୁଣ୍ଡ, ପେପର ପ୍ଲେଟ ଆଦି ମେସିନ ଦ୍ୱାରା ତିଆରି କରି ବିକ୍ରି କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ । ଚିଙ୍ଗୁଡ଼ିଖୋଲ ଗ୍ରାମର କ୍ଯାନ୍ସର ପୀଡିତ ଗୋପାଳ ମୁଦୁଲିଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉତ୍ତମ ଚିକିତ୍ସା ପାଇଁ ସହାୟତା କରିବେ ବୋଲି କରିଥିଲେ । ଏହା ପରେ ବେରୁହାବାଡ଼ି ଗ୍ରାମରେ କୋଠ ଘରକୁ ଉଦଘାଟନ କରିଥିଲେ । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କେ. ରାଜଲକ୍ଷ୍ମୀ ଦୋରା,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ଭୂୟାଁ ,ବ୍ଲକ ମହିଳା ବିଜେଡି ସଭାପତି ମଧୁମିତା ସାହୁ,ବିଡ଼ିଓ ବେଦବର ପ୍ରଧାନ, ମିଶନ ଶକ୍ତି ବ୍ଲକ କୋଡ଼ିନେଟର ଦିଲ୍ଲୀପ ବେହେରା,ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )