ବିଦ୍ୟୁତ ସଂସ୍ପର୍ଶରେ ବ୍ରାହ୍ମଣ ମୃତ, ଦୁଃଖ ପ୍ରକାଶ କଲେ ବିଧାୟିକା ।

0 411

କୋଦଳା,(ପିପିଟି)୧୨/୦୬, ଶୁକ୍ରବାର କୋଦଳା ବିଶୋଇ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଛାତ ଉପରକୁ ବର୍ଷାପାଣି ନିଷ୍କାସିତ କରିବାକୁ ଯାଇ ଭାରି ବିଦ୍ୟୁତ ସଂସ୍ପର୍ଶରେ ଜଣେ ଗରିବ ବ୍ରାହ୍ମଣର ମୃତ୍ୟୁ ଘଟିଥିବା ଜଣା ପଡିଛି ।ଏଥିରେ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ସାହି ମଝିରୁ ବିଦ୍ୟୁତ ତାର ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ସରକାରଙ୍କ ନିୟମ ଅନୁଯାଇ ଉକ୍ତ ପରିବାରକୁ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସୂଚନା ପ୍ରକାରେ ପ୍ରବଳବର୍ଷା ହେବା ଫଳରେ ନିଜର ଘର ଛାତ ପାଣି ଝରୁଥିବା ଦେଖି ଗରିବ ବ୍ରାହ୍ମଣ ଶ୍ରୀନିବାସ ପଣ୍ଡା (୬୩)ସକାଳ ୧୦ଘଣ୍ଟ ୨୨ମିନଟ ସମୟରେ ଛାତ ଉପରକୁ ଯାଇଥିବା ବେଳେ ଛାତ ଠାରୁ କମ ଦୂର ରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ସଙ୍ଗେ ସଙ୍ଗେ ସର୍ବ ସମ୍ମୁଖରେ ସେଠାରେ ଟଳି ପଡିଥିବା ନେଇ ଉକ୍ତ  ସାହିବାସିନ୍ଦା କହିଛନ୍ତି । ପରେ ସେଠାରୁ କୋଦଳା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରିବାର ସଦସ୍ୟ ଥାନାରେ ଜଣାଇବା ପରେ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ଏସ.ଭାସ୍କର ରାଓ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗରିବ ବ୍ରାହ୍ମଣ ପ୍ରତିଦିନ ମାଗିଯାଚି ନିଜର ପରିବାର ଚଳାଉଥିବାରୁ ବର୍ତ୍ତମାନ ପ୍ରଶାସନ ସହଯୋଗ କରିବାକୁ ସାହିବାସିନ୍ଦା ଅନୁରୋଧ କରିଛନ୍ତି ଏବଂ ଏହି ଘଟଣା ପାଇଁ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଦାଇ କରିଛନ୍ତି ।ସାହି ମଝିରେ ଘର ଉପରେ ବିପଦସଙ୍କୁଳ ଭାବେ ୧୧କେଭି ଭାରି ବିଦ୍ୟୁତ୍ ସରାବରାହ କରୁଥିବାରୁ ବହୁବାର ସାହିବାସିନ୍ଦା ମୌଖିକ ଓ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ସେଠାରେ କାର୍ଯରତ ଲାଇନମ୍ୟାନ ଓଲଟି ଉପଭୋକ୍ତାଙ୍କୁ ଭୟଭୀତ କରାଉଥିବା ନେଇ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଏକ ବର୍ଷ ମଧ୍ୟ ରେ ସେହି ସାହିର କୁମାରୀ ସ୍ବାଇଁ ମଧ୍ୟ ଛାତ ଉପରକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଶରୀରର ୬୦ ଭାଗ ପୋଡିଯାଇଥିଲେ ମଧ୍ୟ ଭଗବାନଙ୍କ ଆଶୀର୍ବାଦରୁ ମୃତ୍ୟୁ  ମୁଖରୁ ବଞ୍ଚି ଯାଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଶଯ୍ୟାଶାୟି । ମୁଣ୍ଡ ଏବଂ ଗୋଡ ରେ ଗଭୀର କ୍ଷତ । ତଥାପି ଖାତିର କଲାନି ବିଦ୍ୟୁତ ବିଭାଗ । ଯାହାର ପରିଣତି ପୂଣି ଜଣଙ୍କ ଜୀବନ ଗଲା ।ସାଧାରଣ ରେ ପ୍ରଶ୍ନ ସବୁଯାଣି ସୁଦ୍ଧା ବିଦ୍ୟୁତ ବିଭାଗ ର ଅବହେଳା ପାଇଁ କିଏ ଦାୟୀ ? ବିଶୋଇ ସାହି ଭଳି ଶକ୍ତିନଗର , ମାଳିତୋଟା ସାହି ,ଖଲିକୋଟ ରୋଡ , ଲୂହାଶଙ୍ଖ ରେ ମଧ୍ୟ ଏମିତି ଘର ଉପରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ଲାଇନ ଯାଇଥିବା ହେତୁ ପଶୁପକ୍ଷୀଙ୍କ ଜୀବନ ହାନି ସହିତ ମନୁଷ୍ୟ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଅକର୍ମଣ୍ୟ ହୋଇ ପଡିଥିବା ନଜର ରହିଛି । ଏଣୁ ଏହି ଗରିବ ବ୍ରାହ୍ମଣ ପରିବାରକୁ ବିଦ୍ୟୁତ ବିଭାଗ କ୍ଷତି ପୂରଣ ଦେବାସହିତ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଟାଇବାକୁ ଦୃଢ  ଦାବୀ କରିଛନ୍ତି ଏବଂ ଏହାକୁ ବିଧାୟିକା ଗୁରୁତର ସହ ହସ୍ତକ୍ଷେପ କରି ଏହି ବିଦ୍ୟୁତ ଭୟରୁ ବଞ୍ଚାଇବାକୁ ଅନୁରୋଧ କରିଛନ୍ତି ।ଏହାକୁ ନେଇ ବିଭାଗୀୟ ଏସଡିଓ ପ୍ରୁଥ୍ଵୀରାଜ ଦାଶଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ଅଳ୍ପଦିନ ହେବ ଏଠାକୁ ଆସିଛି । ଆଜି ଜଣେ ମ୍ରୂତ୍ଯୂବରଣ କରିବାର ଖବର ପାଇଛି । ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ମୋତେ ଯାହା ନିର୍ଦ୍ଦେଶ ମିଳିବ କାର୍ଯକରିବି ଏବଂ ଅତି ଶୀଘ୍ର ବିଦ୍ୟୁତ ତାର ଅନ୍ୟତ୍ର ସ୍ତାନାନ୍ତର କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ ।

Leave A Reply

Your email address will not be published.