କୋଦଳା,୦୯/୧୦(ପିପିଟି): ଗତ କାଲି ଅପରାହ୍ନ ୩ଟା ସମୟରେ କୋଦଳା ଥାନା ଅନ୍ତର୍ଗତ ମଠସରସିଂ ଗ୍ରାମ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଗୁଞ୍ଜବାଳା ଗ୍ରାମର ଅମୁଲ୍ୟ ରାଉତ ନାମକ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ପରେ ଶନିବାର ସକାଳୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ଦାବୀରେ କୋଦଳା ଭୁବନେଶ୍ୱର ମୁଖ୍ୟ ରାସ୍ତା ଠାରେ ଭୁବନେଶ୍ୱର-ଆସିକା ରାସ୍ତାକୁ ଆନ୍ଦୋଳନକାରୀ ଅବରୋଧ କରିଥିଲେ। ଘଟଣା ସ୍ଥଳରେ କୋଦଳା ପୋଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକ। ପ୍ରଧାନ ସେଠାକୁ ଆସି ଆନ୍ଦୋଳନକାରୀଙ୍କୁ ସହିତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ବୁଝାସୁଝା କରିଥିଲେ ଓ ଅମୁଲ୍ୟକୁ ନିଯୁକ୍ତି ଦେଇଥିବା ହିନ୍ଦୁସ୍ଥାନ କମ୍ପାନୀର ପ୍ରକଳ୍ପ ମ୍ୟାନେଜରଙ୍କୁ ଡକାଇ ତାଙ୍କ ସହିତ ଆଲୋଚନା କରି ଘଟଣାସ୍ଥଳରେ ପରିବାରକୁ ୧୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କମ୍ପାନୀ ଲିଖିତ ପ୍ରତିଶୃତି ଦେବାସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ କହିବା ପରେ ଘଟଣା ସ୍ଥଳରେ କମ୍ପାନୀ ପକ୍ଷରୁ ଶୁଦ୍ଧକ୍ରିୟା ନିମନ୍ତେ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ । ତତ ସହିତ ବିଧାୟିକା ଶ୍ରୀମତୀ ପ୍ରଧାନ ନିଜ ହାତ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ତାପରେ ରାସ୍ତାରୋକ ହଟିଥିଲା ଓ ଅମୁଲ୍ୟଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିଲା। ଜାତାୟତ ସ୍ୱାଭାବିକ ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )