ବିଜୟୱାଡାରୁ ଭଞ୍ଜନଗର ସାଇକେଲ ରେ ଆସିଲେ ୧୭ ପ୍ରବାସୀ ଓଡିଆ ।

0 273

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୮/୦୫, କୋରନା ବଦଳାଇ ଦେଇଛି ଜୀବନର ଗତିପଥ। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡିଆମାନେ କିଏ ଟ୍ରେନ ଓ ବସ ଯୋଗେ ଆସୁଛନ୍ତି ତ କିଏ ସାଇକେଲ ରେ ଓ ଚାଲିଚାଲି ନିଜ ନିଜର ଭିଟାମାଟିକୁ ଫେରୁଛନ୍ତି । ସେହିପରି ଆଜି ସକାଳ ୯ଟା ରେ ଭଞ୍ଜନଗର ରେ ପହଞ୍ଚିଥିଲେ ୧୭ ଜଣ ଦାଦନ ଶ୍ରମିକ। ସେମାନଙ୍କ ସହ ଆଲୋଚନା କଲା ବେଳେ ସେମାନେ କହିଥିଲେ ବିଜୟୱାଡାରୁ ଭଞ୍ଜନଗର ସାଇକେଲ ଆସିବାର କାହାଣୀ। ବିଜୟୱାଡା ରେ ରହି ୧୭ ଜଣ ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ ସରକାର ଙ୍କ ଦ୍ଵାରା ଲକ୍ ଡାଉନ ଘୋଷଣା ହେବା ପରେ କାମଧନ୍ଦା ସବୁ କିଛି ବନ୍ଦ ହେଇଗଲା। ଫଳରେ ପାଖରେ ଯାହା ଟଙ୍କା ପଇସା ଥିଲା ସେଥିରୁ ୧୭ଜଣ ଯାକ ୫୨୦୦ ଟଙ୍କା ଦେଇ ନୂଆଁ ସାଇକେଲ ଗୋଟିଏ ଗୋଟିଏ କିଣି ଗତ ୧୦ ତାରିଖ ଦିନ ବିଜୟୱାଡା ରୁ ବାହାରି ଥିଲେ । ବାଟରେ ଆସିବା ବେଳେ କେବଳ ଶୁଖିଲା ଖାଦ୍ୟ କିଣି କି ଖାଇକି ଆସିଥିବା ପ୍ରକାଶ କରିଛନ୍ତି । ଦୀର୍ଘ ୮ଦିନର ସାଇକେଲ ଯାତ୍ରା ରେ ବାଟରେ ପ୍ରଶାସନ ତରଫରୁ କୌଣସି ସାହାଯ୍ୟ କରାଯାଇନଥିବା ଜଣାପଡ଼ିଛି। ସେମାନେ ଆସି ଆଜି ଭଞ୍ଜନଗର ସ୍ଥିତ ବ୍ଳକ ଛକରେ ପହଁଚିବା ପରେ ଖବର ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ସମସ୍ତଙ୍କୁ ଡୁମାକୁମ୍ପା ପଞ୍ଚାୟତର ବୋରିବନ୍ଧ ଠାରେ ହୋଇଥିବା ସଂଘରୋଧରେ ରଖିଛନ୍ତି ଓ ସେଠାରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି। ଆସିଥିବା ୧୭ଜଣ ଶ୍ରମିକଙ୍କ ମଧ୍ୟରୁ ୧୬ଜଣ ବାରୁଡ଼ା ଗ୍ରାମ ପଞ୍ଚାୟତର ହୋଇଥିବା ବେଳେ ଜଣେ ମାତ୍ର ସୋରଡ଼ା ବ୍ଳକ ର ଥିବା ସୂଚନା ମିଳିଛି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.