କେରଳ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଙ୍କ ଉପରେ ଇଡି ଚଢ଼ାଉ ବିରୋଧରେ ସିପିଆଇ(ଏମ )ର ବିକ୍ଷୋଭ ଓ ମୋଦୀ -ଶାହାଙ୍କ କୁଶପୁତ୍ତଳିକା ଦାହ।

0 161

ବୋଲଗଡ଼,୩୦/୦୫(ପିପିଟି):ସିପିଆଇ (ଏମ)ର ପଲିଟିବ୍ୟୁରୋ ସଭ୍ୟ ତଥା କେରଳର ସୁନାମ ଧନ୍ୟ ମୁଖ୍ୟ ମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଭଡ଼ା ଘର ଉପରେ ଗତ ମଇ ୨୭ ତାରିଖ ଦିନ ବିଜେପି ନେତୃତ୍ବାଧୀନ କେନ୍ଦ୍ର ମୋଦୀ ସରକାର ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଅନ୍ୟାୟ ଭାବେ କରିଥିବା ଇଡି ଚଢ଼ାଉ ପ୍ରତିବାଦରେ ରଣପୁରରେ ସିପିଆଇ (ଏମ )ପାର୍ଟି ତରଫରୁ ପଞ୍ଚୁଦୋଳ ପଡିଆ ଠାରେ ଅପରାହ୍ନ ୫ ଘଟିକା ସମୟରେ ବିକ୍ଷୋଭ ପ୍ରତିବାଦ ଓ ମୋଦୀ ଅମିତ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ଇଡି ଓ ସିବିଆଇ ଭଳି ସ୍ବାଧୀନ ସଂସ୍ଥା କୁ ରାଜନୈତିକ ଅପବ୍ୟବହାର କରିବା କୁ ତୀବ୍ର ସମାଲୋଚନା କରିଥିଲେ।ପିନାରାୟୀ ଙ୍କ ଉପରେ ଓ ତାଙ୍କ ବନ୍ଧୁ ମାନଙ୍କ ଘରେ ପ୍ରାୟ ୧୦ ଟି ସ୍ଥାନରେ ଇଡି ଚଢ଼ାଉ କରି କୌଣସି ଦୁର୍ନୀତି ପ୍ରମାଣ ପାଇ ନଥିଲା ବେଳେ ଜନ ଗଣ ଙ୍କ ତୀବ୍ର ବିରୋଧର ସମ୍ମୁଖୀନ ଅପଦସ୍ତ ହୋଇଥିଲା ବୋଲି ବକ୍ତା ମାନେ କହିଥିଲେ। ଯେତେବେଳେ ଜନ ଗଣ ଙ୍କୁ ଦେଇଥିବା ପ୍ରତିଶୃତି ବିଜେପି ମୋଦୀ ସରକାର ରକ୍ଷା କରିବାରେ ବିଫଳ ହୋଇଛି, ବେକାରୀ ବୃଦ୍ଧି, ବିଦ୍ୟୁତ ଫି. ବୃଦ୍ଧି,ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି ଖାଉଟି ଓ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ତାହା ନିୟନ୍ତ୍ରଣ କରିବାରେ ଡବଲ ଇଂଜିନ ସରକାର ବିଫଳ ହୋଇଛି ସେତିକି ବେଳେ ଜନ ଗଣ ଙ୍କୁ ବିଭ୍ରାନ୍ତ କରିବା ପାଇଁ ଜର ବାଉଳା ରେ ତାଟିଆ କାମୁଡିଳା ଭଳି ବିରୋଧି ଙ୍କ ସ୍ୱର କୁ ଦମନ କରିବା ପାଇଁ ଇଡି ର ଅପପ୍ରୟୋଗ କରୁଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। କେନ୍ଦ୍ର ରେ ଅମିତି ଶାହା ଓ ରାଜ୍ୟରେ ମୋହନ ମାଝୀ ଗୃହ ବିଭାଗ ଦାୟିତ୍ୱରେ ଥାଇ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ରାଜ୍ୟରେ ସରକାରୀ ଗୁଣ୍ଡା ମାନେ ହତ୍ୟା ର ତାଣ୍ଡବ ଚଲାଇ ରଖି ଜନଗଣ ଙ୍କୁ ଭୟଭୀତ କରୁଛନ୍ତି। ଜନ ସ୍ୱାର୍ଥ ବିରୋଧି ବିଜେପି ର ଡବଲ ଇଂଜିନ ସରକାର ବିରୋଧରେ ଜନଗଣ ରାଜ ରାସ୍ତା କୁ ଓଲ୍ହାଇ ଆସି ଦୃଢ ଆନ୍ଦୋଳନ ମାନ ଗଢି ତୋଳିବାକୁ ପାର୍ଟି ତରଫରୁ ଆହ୍ୱାନ ଦେବା ସହ ଦେଶ ବାସୀଙ୍କୁ ଭୂଆଁ ବୁଲାଉ ଥିବା ମୋଦୀ ଓ ଶାହା ଙ୍କ କୁଶ ପୁତ୍ତଳିକା ଜଳା ଯାଇଥିଲା।ଏହି କାର୍ଯ୍ୟ କ୍ରମରେ ସିପିଆଇ (ଏମ )ର ନେତା ଦୁଃଶାସନ ଜେନା, ସୁରେଶ ସ୍ୱାଇଁ, ସୁଶୀଲ ମହାନ୍ତି,ସବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, ସୁକାନ୍ତି ଜେନା ଓ ସଂଯୁକ୍ତା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.