ବିଜେପି ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ।

0 245


ବ୍ରହ୍ମପୁର,(ପିପିଟି)୧୧/୦୬,ଭାରତୀୟ ଜନତା ପାର୍ଟି ଗେଟ୍ ବଜାର ମଣ୍ଡଳ ତରଫରୁ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଛି ।ଗେଟ୍ ବଜାର ନିକଟସ୍ଥ କେନାଲ ସାହି ହନୁମାନ ମନ୍ଦିର ନିକଟରେ ବିଜେପି ମଣ୍ଡଳ ସଭାପତି ଏସ୍.ଶ୍ରୀନିବାସ ରାଓ, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଏସ୍ .ରାଣୀଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଯୋଗ ଦେଇ କରୋନା ମହାମାରୀ ସମୟରେ ନିଜ କର୍ତ୍ତବ୍ୟରେ ଅଟଳ ରହି ସେବା ପ୍ରଦାନ କରୁଥିବା ସଫେଇ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ସମ୍ମାନୀତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଭାତ କିରଣ ଷଡଙ୍ଗୀ, ସୁନିଲ କୁମାର ସାହୁ,ମଦନ ମୋହନ ପାତ୍ର, ବି.ପ୍ରବୀଣ କୁମାର,ଶରତ ମହାରଣା,ଧନୁ ପାଣିଗ୍ରାହୀ, କୁନି ଦାସ, ଲିପି ବେହେରା  ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.