ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ।

0 246

ରଗଡ,(ପିପିଟି ନ୍ଯୁଜ୍)୩୧/୦୫ , ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ଏକ ନିୟମିତ କାର୍ଯ୍ୟକ୍ରମ । କିନ୍ତି ବର୍ତ୍ତମାନ ଆମର ବିଶ୍ୱ ଯେଉଁ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ତାହା ଆଜି କାହାରିକୁ ଅଛପା ନାହିଁ । ମୁଖ୍ୟତଃ ପ୍ରବଳ ଖରା ସାଙ୍ଗକୁ  ଲକଡାଉନ ଓ କୋରୋନା କଟକଣା ପାଇଁ ରଖ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖା ଯାଉଛି । ରକ୍ତ ଭଣ୍ଡାରର ଏହି ରକ୍ତାଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ବିଜୁ ଜନତା ଦଳର ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିରର ଆୟୋଜନ କରୁଛନ୍ତି । ଏହି କ୍ରମରେ ଆଜି ପାଇକମାଳ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳାରେ ପଦ୍ମପୁର ବିଜୁ ଜନତା ଦଳ ତରଫରୁ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରତକ୍ଷ ତତ୍ୱବାଧାନରେ ଏକ ମେଗା ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । କୋଭିଡ୍ ୧୯ ସମ୍ମନ୍ଧୀୟ ସମସ୍ତ କଟକଣାକୁ ପାଳନ କରି ଏହି ଶିବିରକୁ ମାତ୍ର ୫୩ ଜଣ ରକ୍ତଦାତା ଙ୍କୁ ଡକା ଯାଇଥିଲା । ଏହା ସହିତ ନିଜେ ବିଧାୟକ ରକ୍ତଦାନ ପୂର୍ବରୁ ସମସ୍ତ ରକ୍ତ ଦାତାଙ୍କୁ ହାତ ଧୁଆଇବା ସହିତ ସେନିଟାଇଜର ହାତରେ ବୋଲିବା ପାଇଁ ଦେଇଥିଲେ । ଏହି ଶିବିରରେ ବିଧାୟକଙ୍କର ପ୍ରେରଣା ପାଇ ବହୁ ସଂଖ୍ୟକ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ଯୁବ ବ୍ୟବସାୟୀ ସୁମିତ କୁମାର ଙ୍କର  ପ୍ରସ୍ତାବ କୁ ସମ୍ମାନ ଜଣାଇ ଓ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ରକ୍ତଦାତାଙ୍କୁ ମାନ୍ୟବର ବିଧାୟକ ଉତ୍ତରୀୟ  ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ଆବଶ୍ୟକ ସମୟରେ ସ୍ୱତଃପ୍ରବୃତ୍ତ ଭାବରେ ରକ୍ତଦାନ କରିବାକୁ ପ୍ରେରିତ କରିଥିଲେ । ମହିଳା ରକ୍ତଦାତା ମାନଙ୍କୁ ଉତ୍ତରୀୟ , ମାନପତ୍ର ସହିତ ଏକ ଟ୍ରଫି ମଧ୍ୟ ପ୍ରଦାନ କରିଥିଲେ ମାନ୍ୟବର ବିଧାୟକ । ଏହି ଅଵସର ରେ ପାଇକମାଲ ଅଂଚଳର ବିଜୟ କୁମାର ରାଓ , ଗୌତମ ସିଂ , ହୃଦାନନ୍ଦ ବାରିକ , ପୂର୍ବତନ ତହସିଲଦାର ଶ୍ରୀ ରାଉତ ବାବୁ , ପାଇକମାଲ ଡାକ୍ତରଖାନାର ଡାକ୍ତର , ଫର୍ମାସିଷ୍ଟ , ପାଇକମାଲ ସରପଞ୍ଚ ଧବଳେଶ୍ବର ସାହୁ , ସମିତି ସଭ୍ୟ ବିଜୟ କୁମାର ସ୍ୱାଇଁ , କୁସୁମ ରାଓ ପ୍ରମୁଖଙ୍କୁ ମଧ୍ୟ ଉତ୍ତରୀୟ ଦେଇ ମାନ୍ୟବର ବିଧାୟକ ସମ୍ମାନିତ କରିଥିଲେ । ପାଇକମାଲ ବ୍ଲକ ଅଧ୍ୟକ୍ଷ  ଅଳତାଫ ମହମ୍ମଦଙ୍କ ସମେତ ଆଜିକାର ଏହି ମେଗା ରକ୍ତଦାନ ଶିବିରରେ ୫୩ ଜଣ ରକ୍ତଦାନ କରିଥିଲେ । ଏହି ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ସଂଗ୍ରାମ କେଶରୀ ମାହୁତ ଓ ତାଙ୍କର ସହଯୋଗୀ ମାନେ ପରିଚାଳନା କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.