ବାଲିଗୁଡା ରେ ପାରମ୍ପରିକ ଠାକୁରାଣୀ ଯାତ୍ରା ଆୟୋଜିତ ।

0 303

ବାଲିଗୁଡା,୦୯/୦୯(ପିପିଟି): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଖେମୁଣ୍ଡି ଅଞ୍ଚଳରେ ପାରମ୍ପରିକ ଠାକୁରାଣୀ ଯାତ୍ରା ଆୟୋଜିତ ହେଉଛି । ବାଲିଗୁଡା ଉପଖଣ୍ଡ ର ବାଲିଗୁଡା ମହାଶିଙ୍ଘି, ସାରଙ୍ଗଡ଼ କୁଡୁତୁଲି, ଖମନଖୋଲ,କିରିକୁଟି, ବୁଡ଼ାଗୁଡା, ପୁଇଗୁଡ଼ା ଗଦାପୁର,ପୁସାଙ୍ଗିଆ ଆଦି ଅଞ୍ଚଳରେ ଏହିଯାତ୍ରା କେଉଁ ଆବାହନ କାଳରୁ ହୋଇଆସୁଛି । ଏହି ଯାତ୍ରାରେ ସମସ୍ତ ଆଦିବାସୀ ଓ ଅଣଆଦିବାସୀ ମିଳିତ ଭାବେ ଏହି ଯାତ୍ରା କରିଥାନ୍ତି । ମାନସିକଧାରୀ ନିର୍ଜଳା ଉପବାସ ରହି ମାଆଙ୍କୁ ଆବାହନ କରି ଅରୁଆ ଚାଉଳ ମନ୍ଦାର ଫୁଲ ଧୂପ ଦୀପ ନୈବେଦ୍ୟ ପଣାଦେଇ ପୂଜାର୍ଚନା କରନ୍ତି । ମାଆ ପରମ୍ପରିକ ବୀର ବାଦ୍ୟର ତାଳେ ତାଳେ ମାଆଙ୍କୁ ମୁଣ୍ଡାଇ ଯାନୀ ଦେହେରୀ ପୂଜକ ପରିଭ୍ରମଣ କରନ୍ତି । ଗ୍ରାମବାସୀ ମାନସିକ ଧାରୀ ମାଆଙ୍କୁ ବନ୍ଦାପନା କରନ୍ତି ପରେ ଗାଁ ମୁଣ୍ଡରେ ମାଆଙ୍କୁ ବିସର୍ଜନ କରନ୍ତି । ଏହିଯାତ୍ରା କଲେ ଗାଁରେ ବସନ୍ତରୋଗ ଭଲ ହୁଏ । ଗୃହ ପାଳିତ ପଶୁଗାଈ ଗୋରୁଙ୍କୁ ଫାଟୁଆ ରୋଗ ହୁଏ ନାହିଁ । ଗାଁ ରେ ବିପତ୍ତି ପଡେ ନାହିଁ, ଅଞ୍ଚଳରେ ଶାନ୍ତି ବିରାଜମାନ କରେ ବୋଲି କେଉଁ ଆବାହ ମାନ କାଳରୁ ବିଶ୍ୱାସ ରହିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.