ବାଇକ ସହ ବାଇକ ଧକ୍କାରେ ୨ମୃତ ।

0 88

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୯/୦୫, ସୋମବାର ଅପରାହ୍ନ ୪ଟା ସମୟରେ ତୁରୁମୁ ନିକଟ କାଠଚିରା ଛକରେ ୨ଟି ବାଇକ ମଧ୍ୟରେ ଧକ୍କା ହୋଇ ୨ଜଣଙ୍କର ମୃତ୍ୟୁ ଘଟିଛି।ଗାଲେରୀ ଗ୍ରାମର ବବୁଲୁ ନାୟକ ଓ ଜୁନିଆ ନାୟକ ବାଇକରେ ଆସୁଥିବା ବେଳେ ଆରପଟୁ କୋଟିବାଡ଼ି ଗ୍ରାମର ତୀର୍ଥ ବେହେରା ମାଆ ସୁବାସିନୀ ବେହେରାଙ୍କୁ ବାଇକରେ ବସାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଉଭୟଙ୍କ ବାଇକ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ସୁବାସିନୀ ଓ ବବୁଲୁ ନାୟକର ମୃତ୍ୟୁ ହୋଇଥିଲା।ତାରସିଂ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠେଇ ତଦନ୍ତ ଚଳେଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.