ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ।

0 286

ଭଞ୍ଜନଗର,୧୭/୧୧(ପିପିଟି): ପୁଅ ହେବା ଖୁସିରେ ଘରକୁ ଫେରୁଥିଲେ ହେଲେ ରାସ୍ତାରେ ଅନ୍ୟ ମନସ୍କ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ଶ୍ରୀରାମ ନଗର ନିକଟରେ। ଭୂବନେଶ୍ବର ଶିଶିର କୁମାର ମହାପାତ୍ର(୪୨)ଙ୍କ ଭଞ୍ଜନଗର ମେଡିକାଲରେ ଗୋଟିଏ ଶିଶୁପୁତ୍ର ଜନ୍ମ ହୋଇଥିଲା। ଆଜି ପତ୍ନୀ ଓ ପୁଅକୁ ଆମ୍ବୁଲାନ୍ସ୍ରେ ପ୍ରଥମେ ପଠାଇ ନିଜେ ଏକ ମଟର ସାଇକଲରେ ନିଜ ଶ୍ବଶୁର ଘର ବଦାଙ୍ଗୀ ଫେରୁଥିଲେ। ଏହି ସମୟରେ ଶ୍ରୀରାମ ନଗର ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡିଥିଲେ। ଯାହା ଫଳରେ ତାଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.