ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ।

0 157

ଯାଜପୁର,(ପିପିଟି ନ୍ଯୁଜ୍)୨୪/୦୫, ଯାଜପୁର ସଦର ଥାନା ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ମୃତକ ହେଲେ  ବରପଦା ଗ୍ରାମର ହେମନ୍ତ କୁମାର ସାହୁ । ସୂଚନା ଅନୁସାରେ ହେମନ୍ତ ଶୌଚ ହେବା ପାଇଁ ରାସ୍ତା କଡକୁ ଯାଇଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହେମନ୍ତଙ୍କର ମୃତ୍ୟୁ ହୋଇଥିଲା ।ଏଥିରେ ବାଇକ ଚାଳକ ଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ବାଇକକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.