ଭଞ୍ଜନଗର,୧୮/୦୯(ପିପିଟି): ଭଞ୍ଜନଗର ଥାନା ଶ୍ରୀରାମ ନଗର ନିକଟରେ ଶନିବାର ଅପରାହ୍ନ ରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିବାରୁ ଚାଳକ ତାରସିଙ୍ଗି ଥାନା ଅନ୍ତର୍ଗତ ରାଇପଲ୍ଲୀ ଗ୍ରାମର ବଳରାମ ଜେନା(୩୩) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ପଠେଇଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିପାରି ନଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରୁ ବାଇକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )