ବସକର୍ମଚାରୀଙ୍କ ଦୁଃଖ ନବୁଝିଲେ ଗଡିବନି ଚକା ,ବୌଦ୍ଧ ଜିଲ୍ଲା ବସକର୍ମଚାରୀ ସଂଘ ।

0 462

ବୌଦ୍ଧ,(ପିପିଟି ନ୍ଯୁଜ୍)୨୯/୦୫,ଆଜି ମା’ଭୈରବୀ ବସ କର୍ମଚାରୀ ସଂଘ ବୌଦ୍ଧ ର ଏକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ମାତଙ୍ଗେଶ୍ବରୀ ମନ୍ଦିର ଠାରେ ସଭାପତି ଅବକାଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟତଃ କରୋନା ପରବର୍ତ୍ତୀ ବସ ଚଳାଚଳ ପାଇଁ ମାଲିକ ସଂଘ  ଓ ସରକାର ଆଲୋଚନା କରିସାରିଥିବା ବେଳେ ମାର୍ଚ୍ଚ ୨୫ ତାରିଖ ସମଗ୍ର ଦେଶରେ ଲକ ଡାଉନ ଯୋଗୁଁ ବସକର୍ମଚାରୀ ଙ୍କ ଦୁଃସ୍ଥିତି ସମ୍ପର୍କରେ ନା ମାଲିକ ସଂଘ ନା ସରକାର କେହିବି ଆଲୋଚନା ନକରିବା ଅତ୍ୟନ୍ତ ନିନ୍ଦା ତଥା ପରିତାପର ବିଷୟ ।ବସ ଚଳାଚଳ କଲେ ବସକର୍ମଚାରୀଙ୍କ ଜୀବନ ପ୍ରତି ସର୍ବାଧିକ ରିସ୍କ ତଥା ସଂକ୍ରମଣ ର ଶୀକାର ହେବାର ସମ୍ଭାବନା  ରହିଛି । ଅନ୍ୟ କର୍ମଚାରୀ ମାନେ କରୋନା ରେ ମୃତ ହେଲେ ସେମାନଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମାରାଶି ଘୋଷଣା କରାଯାଇଥିବା ବେଳେ ବସକର୍ମଚାରୀଙ୍କ ପ୍ରତି ସମସ୍ତେ ଏତେ ନିର୍ଦ୍ଦୟ କାହିଁକି ବୋଲି ସଂଘ ର କର୍ମକର୍ତ୍ତା ମାନେ ପ୍ରଶ୍ନ କରିଛନ୍ତି । ଏ ପ୍ରରୀପ୍ରେକ୍ଷୀ ରେ ବସ କର୍ମଚାରୀ ମାନେ ଯଦି ସଂକମିତ ହୁଅନ୍ତି ତାଙ୍କ ଚିକିସ୍ଛା ସମୟରେ ମାସିକ ୩୦ ହଜାର ଟଙ୍କା ସହ ୫୦ ଲକ୍ଷର ବୀମାରାଶି ଘୋଷଣା ନହେଲେ ବସ ଚଲେଇବାର ପ୍ରଶ୍ନ ଉଠୁନାହିଁ ବୋଲି ସଂଘ ପକ୍ଷରୁ ଏକ ବିବୃତି ଜରିଆରେ ପ୍ରକାଶ କରାଯାଇଛି । ଏବଂ ଏହାଛଡା ୦୨ମାସ ଧରି ଲକଡାଉନ ରେ ନିଶ୍ବଃ ହୋଇଥିବା କର୍ମଚାରୀଙ୍କ ପାଇଁ ଅବିଳମ୍ବେ ସହାୟତା ଘୋଷଣା ପାଇଁ ସଭାପତି  ଅବକାଶ ସାହୁ ,ସାଧାରଣ ସମ୍ପାଦକ ଦିଲିପ କୁମାର ସାହୁ , ବୈକୁଣ୍ଠ ବେହେରା , ହୃଷିକେଶ ଭୋଇ,ରଞ୍ଜନ ମହାପାତ୍ର ,ପ୍ରଫୁଲ ମଲିକ ପ୍ରମୁଖ ଯଣାଇଛନ୍ତି ।

Leave A Reply

Your email address will not be published.