ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୩୦/୦୫, କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କଲେ ,ବନ୍ଦେ ଉତ୍କଳ ଜନନୀ। ବିଶ୍ଵର କୋଣ ଅନୁକୋଣରେ ଥିବା ଓଡିଆମାନେ ଗାଇଲେ ,ବନ୍ଦେ ଉତ୍କଳ ଜନନୀ। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ରେ ବନ୍ଦେ ଉତ୍କଳ ଜନନୀ ଗାନ ରେ କମ୍ପି ଉଠିଛି । କୋରନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ,ବନ୍ଦେ ଉତ୍କଳ ଜନନୀ, ଗୀତ ଗାନ କରି କୋରନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇଛନ୍ତି । ଉସ୍ତା ଜଗନ୍ନାଥ ପୁର ଗ୍ରାମ ବାସୀ । ରାଜ୍ୟ ଓସ୍କାର୍ଡ ବ୍ୟାଙ୍କ ସଭାପତି ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଓ ସାନଖେମୁଣ୍ଡିର ରାଜ୍ୟ ପରିଷଦ ସଦସ୍ୟ ଯୋଗେନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଓଡିଶାର ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉସ୍ତା ଜଗନ୍ନାଥ ପୁରର କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ କରୋନା ଯୋଦ୍ଧା ରୂପେ ସମ୍ମାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିବାରେ ନାୟବ ସରପଞ୍ଚ ନିଳାଞ୍ଚଳ ପ୍ରଧାନ,ବିଜୁଯୁବ ବାହିନୀ ସମ୍ପାଦକ ଗୌରୀ ଶଙ୍କର ତ୍ରିପାଠୀ, ଯୁବବାହିନୀ ସଦସ୍ୟ ସନ୍ତୋଷ ରାଉତ, ଶିକ୍ଷକ ରଞ୍ଜନ ସେଠୀଙ୍କ ସମେତ ଯୁବ ବାହିନୀ କର୍ମକର୍ତ୍ତା ସହଯୋଗ କରିଥିଲେ ।
ରିପୋର୍ଟ – ଆରତ କୁମାର ହୋତା ।