ବନ୍ଦେ ଉତ୍କଳ ଜନନୀ ଗାନ କଲେ କୋଦଳା ପୋଲିସ୍ ।

0 204

କୋଦଳା,(ପିପିଟି ନ୍ଯୁଜ୍)୩୧/୦୫ , କରୋନା ଯୋଦ୍ଧା ମାନଙ୍କ ସମଗ୍ର ମାନବସମାଜର ଲଢ଼େଇ ଜାରି ରହିଛି ।ଏହି ଲଢେ଼ଇରେ ସର୍ବାଗ୍ରେ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ,ପୋଲିସ ବାହିନୀ,ପ୍ରଶାସନ,ସାମ୍ବାଦିକ , ଅଙ୍ଗନୱାଡି ଓ ବିଭିନ୍ନ ସାମାଜିକ ସଙ୍ଗଠନ ।ବର୍ତ୍ତମାନ ପରିସ୍ଥିତିରେ ଏମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରିଯାଇଛି ।ଗତ ମାସରେ ଏହି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଘଣ୍ଟା,ତାଳି ମାରିବା ଏବଂ ଦୀପ ଲଗାଇବା ପାଇଁ ସମଗ୍ର ଦେଶକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଶନିବାର ସମଗ୍ର ଦେଶର କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାର ସମଗ୍ର ଓଡିଆ ଜାତି ଗାଇଛି “ବନ୍ଦେ ଉତ୍କଳ ଜନନୀ “।ଏହି ଅବସର ରେ କୋଦଳା ପୋଲିସ ତରଫରୁ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ବରେ ଥାନା ସମେତ ବସଷ୍ଟାଣ୍ଡ , ବେଗୁନିଆପଡ଼ା ଫାଣ୍ଡିରେ “ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତ ଗାନ କରାଯାଇ ସମ୍ମାନ ଜଣାଯାଇଛି କରୋନା ଯୋଦ୍ଧାଙ୍କୁ ।ଏହି କାର୍ଯକ୍ରମ ରେ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିରର ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।ଥାନା ପରିସରକୁ ଆଲୋକ ସଜ୍ଜାରେ ସୁ ସଜ୍ଜିତ କରି ସନ୍ଧ୍ୟା ଠିକ୍ ୫.୩୦ମିନଟ ସମୟରେ ଆୟୋଜିତ ହୋଇଥିଲା । ଏଥିରେ ଥାନା ଅଧିକାରୀଙ୍କ ସମେତ ଫାଣ୍ଡି ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା ,ଥାନା ସବଇନିସପେକ୍ଟର ଅନିଲ କୁମାର ସାହୁ ,ମହିଳା ଏସ୍ଆଇ ଆରତୀ ପରିଡା ,ଏସ୍ଆଇ ବିଘ୍ନେଶ୍ବର ସାହୁ ,ଏଏସଆଇ ମହେଶ୍ୱର ବେହେରା ,ଏସ .ଭାସ୍କର ରାଓ , ରାଇଟର ପ୍ରଶାନ୍ତ କୁମାର ରେଡ୍ଡୀ ,ସମସ୍ତ କନେଷ୍ଟବଳ , ଗୃହରକ୍ଷୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.