ବଡପଦରରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ।

0 234

ମାଲକାନଗିରି,୧୮/୦୧(ପିପିଟି):
ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ସହାୟତାରେ ମାଲକାନଗିରି ଜିଲ୍ଲା ଟିଡିସିସି ଆନୁକୂଲ୍ୟରେ, ଆରଏମସି ଓ ଶିଶୁ ଓ ମହିଳା କଲ୍ୟାଣ ସମିତି ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ ମାଲକାନଗିରି ଡିପିସି ଜୟନ୍ତ ଗେନ ,ଟିଡିସିସି ବିଏମ ରଘୁନାଥ ମାଝୀ,ଶିଶୁ ଓ ମହିଳା କଲ୍ୟାଣ ସମିତି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ପଣ୍ଡା,ଚିତ୍ରକୋଣ୍ଡା ବ୍ଲକ କୃଷି ଅଧିକାରୀ ପରମେଶ୍ୱର ଜେନାଙ୍କ ସମେତ ଶତାଧିକ ମାଣ୍ଡିଆ ଚାଷୀଙ୍କ ଉପସ୍ଥିତ ଥିଲେ । ଚାଷୀମାନେ ମାଣ୍ଡିଆ କିଗ୍ରା ପ୍ରତି ୩୩ ଟଙ୍କା ୭୭ ପଇସା ମୂଲ୍ୟରେ ବିକ୍ରି କରିଥିଲେ । ଆଜି ପ୍ରଥମ ଦିନରେ ୪୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ମାଣ୍ଡିଆ ମଣ୍ଡିରେ ବିକ୍ରି କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଡିଶା ମିଲେଟ ମିଶନ ଦ୍ଵାରା ପରିଚାଳିତ ତଥା ଚିତ୍ରକୋଣ୍ଡା ବ୍ଲକ ଶିଶୁ ଓ ମହିଳା କଲ୍ୟାଣ ସମିତି ଆନୁକୂଲ୍ୟରେ ପ୍ରକଳ୍ପ କାର୍ଯ୍ୟକାରି ହୋଇ ଆସୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଜିଲ୍ଲା କୃଷି ବିଭାଗ, ୱାସନ ଅନୁଷ୍ଠାନ ଓ ଆତ୍ମା ସହାୟତାରେ ଉକ୍ତ ମିଲେଟ ମିଶନ କାର୍ଯ୍ୟକ୍ରମ ଦେଖାରେଖା କରାଯାଇ ସ୍ଥାନୀୟ ଚିତ୍ରକୋଣ୍ଡାର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଚାରି ବର୍ଷ ହେଲା ମାଣ୍ଡିଆ ଚାଷ କରୁଥିବା ମାଣ୍ଡିଆ ଚାଷୀ ମଣ୍ଡିରେ ମାଣ୍ଡିଆ ବିକ୍ରି କରି ଲାଭବାନ ହେଉଛନ୍ତି । ଚାଷୀମାନେ ପ୍ରୋତ୍ସାହନ ରାଶି ପାଇ ଉପକୃତ ହୋଇଆସୁଛନ୍ତି । ଚଳିତ ବର୍ଷ ଚାଷୀମାନେ ଭଲ ମାଣ୍ଡିଆ ଅମଳ କରି ଉପକୃତ ହେବେ ବୋଲି କୁହାଯାଇଛି । ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟର ପୁନଃ ପ୍ରଚଳନର ସଫଳ ରୂପାୟନ ପାଇଁ ଉଦ୍ୟମ ଜାରି ରହିବ ବୋଲି ଓଡିଶା ମିଲେଟ ମିଶନ ରାଜ୍ୟ ସଂଯୋଜକ ଦିନେଶ ବଲାମ ପ୍ରକାଶ କରିଥିଲେ । ମାଣ୍ଡିଆ ଚାଷ ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳରେ ବହୁଳ ପରିମାଣରେ ଚାଷ କରାଯିବା ପାଇଁ ପ୍ରୟାସ ଜାରି ରହିବ ବୋଲି ଶିଶୁ ଓ ମହିଳା କଲ୍ୟାଣ ସମିତି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡା ପ୍ରକାଶ କରିଥିଲେ । ଓଡିଶା ମିଲେଟ ମିଶନ ସହାୟତାରେ ମାଣ୍ଡିଆର ଚାହିଦା ତଥା ସ୍ୱାସ୍ଥ୍ୟ ଉପଯୋଗୀ ଉପାଦେୟତାକୁ ଆଖି ଆଗରେ ରଖି ମାଣ୍ଡିଆକୁ ଭିନ୍ନଭିନ୍ନ ଉପାୟରେ ଉପଯୋଗ କରି ବହୁ ପ୍ରକାରର ଜଳଖିଆ ଓ ଖାଦ୍ୟ ପଦାର୍ଥ ତିଆରି କରାଯାଇ ପାରିବ । ଯାହାକି ଦୈନିକ ଖାଦ୍ୟ ଓ ଜଳଖିଆ ଭାବେ ବ୍ୟବହାର କରି ଫାଇଦା ଉଠାଇବା ସହିତ ଜଣେ ଚାଷୀ ଉତ୍ତମ ପୁଷ୍ଟିସାର ପାଇ ପାରିବ । ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ମିଲେଟ ମିଶନ ଚିତ୍ରକୋଣ୍ଡା ପ୍ରକଳ୍ପ ସଂଯୋଜକ ତପନ କୁମାର ରଥ, ଦୀପକ ପାଙ୍ଗି ଓ ଲବକୁଶ ଖେମୁଡୁ ପୂର୍ଣ୍ଣ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.