ବଡଧରଣର ଡକାୟତି ଗ୍ୟାଙ୍ଗକୁ ଠାବ କଲା ଧର୍ମଶାଳା ପୋଲିସ, ୫ ଗିରଫ ।

0 257

ଯାଜପୁର,୨୭/୦୬(ପିପିଟି) : ଏକ ବଡ଼ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଛିନତାଇ ମାମଲା ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସରୋଜ କୁମାର ସାହୁ ।

Leave A Reply

Your email address will not be published.