ବଜ୍ରପାତରେ ଥରିଲା ଭଞ୍ଜନଗର, ଜଣେ ଗୁରୁତର ।

0 246

ଭଞ୍ଜନଗର,(ପିପିଟି)୦୯/୦୬,ମଙ୍ଗଳବାର ଅପରାହ୍ନରେ ପ୍ରବଳ ବର୍ଷା ଓ ଘଡଘଡି ରେ ସାରା ସହର ଓ ଆଖପାଖ ଅଞ୍ଚଳ ଥରହର ହୋଇ ଯାଇଥିଲା।ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବଜ୍ରପାତ ଘଟିଥିଲା ଏବଂ ଏହାର ପ୍ରଚଣ୍ଡ ଶବ୍ଦ ଜନସାଧାରଣଙ୍କୁ ଆତଙ୍କିତ କରିଦେଇଥିଲା।ଭୟରେ କେହି ନିଜକୁ ସୁରକ୍ଷିତ ମଣୁ ନଥିଲେ।ଏଭଳି ସ୍ଥିତିରେ ଭଞ୍ଜନଗର ନିକଟ ଗାମୁଣ୍ଡି ଗ୍ରାମର ଭାବିନି ସାହୁ(୪୦)ନାମକ ଜଣେ ବିଧବା ମହିଳା କେନାଲ ନିକଟ ଜମିରେ ଛିଡା ହୋଇ ଥିବା ବେଳେ ବଜ୍ରାଘାତ ଘଟିବାରୁ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.