ବଜ୍ରପାତରେ ଛେଳି ଚରାଳୀର ମୃତ୍ୟୁ।

0 184

ଭଞ୍ଜନଗର,(ପିପିଟି)୦୬/୦୬, ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଆଜି ବଜ୍ରାଘାତ ଘଟି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।ଶରତ ନାୟକ ଦିନ ୨ଟା ସମୟରେ ଛେଳି ଚରେଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ଦିନ ୪ଟା ସମୟରେ ହାଠାତ୍ ପ୍ରବଳ ଘଡଘଡି ଓ ବର୍ଷା ଯୋଗୁଁ ଶରତ ଗୋଟେ ବରଗଛ ମୂଳକୁ ଚାଲି ଯାଇଥିଲା।ହେଲେ ବଜ୍ରାଘାତ ଘଟିବାରୁ ଗଛଟି ଜଳି ଯାଇଥିବା ବେଳେ ଶରତ ସେଠାରେ ଟଳି ପଡିଥିଲା।ବହୁ ସମୟ ପର୍ଯ୍ୟନ୍ତ ଶରତ ଘରକୁ ନଫେରିବାରୁ ତାର ପୁଅ ରଞ୍ଜନ ବାପାକୁ ଖୋଜିବାକୁ ଯାଇ ସେହି ଗଛମୂଳରେ ମୃତ ଅବସ୍ଥାରେ ପଡିଥିବା ଦେଖି ତାରସିଂ ପୋଲିସ କୁ ଖବର ଦେଇଥିଲା।ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠେଇ ଥିବା ଜଣାପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.