ରାୟଗଡ଼ା,୧୫/୦୭(ପିପିଟି); ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର ଅପହଞ୍ଚ ଗାଁ ଏବଂ ସମୁଦ୍ରପତ୍ତନ ପ୍ରାୟ ୯୦୦ ମିଟର ଉପରେ ଥିବା କଣ୍ଡାବାରିଡିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ।ସେ ବ୍ଲକପକ୍ଷରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ବିଶେଷକରି ରାସ୍ତା, ପାନୀୟ ଜଳ,ପୁଷ୍ଟିକର ଖାଦ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ,ଜଙ୍ଗଲ ଜମିପଟ୍ଟା,ଘରଡିହପଟ୍ଟା ଓ ମହିଳା ମାନଙ୍କ ଗ୍ରାମୀଣ ନିଯୁକ୍ତି ସଂପର୍କରେ ଲୋକଙ୍କୁ ପଚାରିବୁଝିବା ସହ ସ୍ଥାନୀୟ ତହସିଲ ପକ୍ଷରୁ ଜଙ୍ଗଲଜମି, ଘରଡିହପଟ୍ଟା ଯୋଗାଇଦେବାକୁ ଅତିରିକ୍ତ ତହସିଲଦାରଙ୍କୁ କହିବା ସହିତ ପାନୀୟଜଳ ସୁବନ୍ଦୋବସ୍ତ କରାଯିବାକୁ ଜଳଓପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଗ୍ରାମର ମହିଳାମାନଙ୍କ ଦକ୍ଷତା ବିକାଶ ନେଇ ମିଶନଶକ୍ତି ପକ୍ଷରୁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ମିଶନଶକ୍ତିର ଅଧିକାରୀଙ୍କୁ କହିବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ କୁକୁଡ଼ା, ଛେଳି,ହଳଦିଚାଷ କରି ଆତ୍ମନିର୍ଭରଶୀଳ କରାଯିବାପାଇଁ କହିଥିଲେ। ସେହିପରି ପାହାଡ଼ତଳ ଗ୍ରାମ କଣ୍ଡାତାମିଙ୍ଗି ଠାରେ ପହଞ୍ଚି ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ଓ ହିତାଧିକାରୀଙ୍କ ଠାରୁ ପୃଷ୍ଟିକର ଖାଦ୍ୟ ଛତୁଆ,ଅଣ୍ଡା ନିୟମିତ ଭାବେ ମିଳୁଛି କି ନାହିଁ ପଚାରିଥିଲେ। ଗ୍ରାମବାସୀ ପାଣି ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଉପ ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର,ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫର୍ଡିନାଣ୍ଡ ଏକ୍କା,ସିଡିପିଓ ଶାନ୍ତିଲତା ରଥ,ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର, ବ୍ଲକଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା,କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଶତପଥୀ, ଗ୍ରାମ ରୋଜଗାର ସେବକ ଦିଲ୍ଲୀପ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାର ରାସ୍ତା ଗ୍ରାମ୍ୟ ନିର୍ମାଣକୁ ହସ୍ତାନ୍ତର ହୋଇଥିବାରୁ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଟେଣ୍ଡେର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉପଜିଲ୍ଲାପାଳ ବିଡ଼ିଓଙ୍କୁ ପରାମର୍ଶ ଦେଇଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )